କରୋନା ପାଇଁ ଆୟୁଷ ମେଡିସିନର କ୍ଲିନକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଭାରତ ମେଡିସନ ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନ ଗୁଡ଼ିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ଠାରୁ ହିଁ ସ୍ୱାସ୍ଥ୍ୟକର୍ମୀ ଓ ଅତ୍ୟନ୍ତ ସମ୍ବେଦନଶୀଳ କାମ କରୁଥିବା ଲୋକଙ୍କ ଉପରେ ଆୟୁଷ ମେଡିସନର କ୍ଲିନିକାଲ ପରୀକ୍ଷଣ କରାଯାଇଛି। କରୋନା ବିରୋଧୀ ଯୁଦ୍ଧରେ […]

rf

Hemant Lenka
  • Published: Thursday, 07 May 2020
  • , Updated: 07 May 2020, 01:29 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଭାରତ ମେଡିସନ ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନ ଗୁଡ଼ିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି।

ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ଠାରୁ ହିଁ ସ୍ୱାସ୍ଥ୍ୟକର୍ମୀ ଓ ଅତ୍ୟନ୍ତ ସମ୍ବେଦନଶୀଳ କାମ କରୁଥିବା ଲୋକଙ୍କ ଉପରେ ଆୟୁଷ ମେଡିସନର କ୍ଲିନିକାଲ ପରୀକ୍ଷଣ କରାଯାଇଛି।

କରୋନା ବିରୋଧୀ ଯୁଦ୍ଧରେ ଆୟୁର୍ବେଦ ଔଷଧ ଲାଭ ଦାୟକ ହେବ ବୋଲି ଆମର ଆଶା। ଏଥିପାଇଁ ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡୁଚି ପିପ୍ପଲୀ ଓ ପଲି ହର୍ବାଲ ଫର୍ମେସନର ଆୟୁଷ-୬୪ ଭଳି ଔଷଧର କ୍ଲିନକାଲ ଟ୍ରାଏଲ ଆରମ୍ଭ ହୋଇଛି।

ଏହି ପରୀକ୍ଷଣକୁ ଆୟୁଷ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ମିଳିତ ଭାବେ ଦେଖାଶୁଣା କରୁଛନ୍ତି।

Related story