ମୃତକଙ୍କ ପରିବାର ପିଛା କୋଟିଏ ଟଙ୍କା ଦେବେ ସରକାର

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପଟନମର ଏଲଜି ପଲିମର୍ସରୁ ଲିକ୍ ହୋଇଥିବା ବିଷାକ୍ତ ଷ୍ଟେରାଇନ୍ ଗ୍ୟାସ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ବିଷାକ୍ତ ଗ୍ୟାସର ଶିକାର ହୋଇ ୧୧ ଜଣ ମୃତ୍ୟୁ ବରଣ କରିଛନ୍ତି। ହଜାରେରୁ ଅଧିକ ଲୋକ ଏହି ଭାଇରସର ଶିକାର ହୋଇଥିବା କୁହାଯାଉଛି। ମୃତକଙ୍କ ପରିବାରକୁ ଆନ୍ଧ୍ରପ୍ରଦେଶ ସରକାର କୋଟିଏ ଟଙ୍କା ଆର୍ଥିକ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି। ବିଶାଖପାଟନମର ଆରଆର ଭେଙ୍କେଟପୁରମରେ ରହିଛି ଏହି ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟ। ଗତକାଲି […]

cm-meets-gas-leak-victims

Subhransu Sekhar
  • Published: Thursday, 07 May 2020
  • , Updated: 07 May 2020, 10:06 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖାପଟନମର ଏଲଜି ପଲିମର୍ସରୁ ଲିକ୍ ହୋଇଥିବା ବିଷାକ୍ତ ଷ୍ଟେରାଇନ୍ ଗ୍ୟାସ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ବିଷାକ୍ତ ଗ୍ୟାସର ଶିକାର ହୋଇ ୧୧ ଜଣ ମୃତ୍ୟୁ ବରଣ କରିଛନ୍ତି। ହଜାରେରୁ ଅଧିକ ଲୋକ ଏହି ଭାଇରସର ଶିକାର ହୋଇଥିବା କୁହାଯାଉଛି। ମୃତକଙ୍କ ପରିବାରକୁ ଆନ୍ଧ୍ରପ୍ରଦେଶ ସରକାର କୋଟିଏ ଟଙ୍କା ଆର୍ଥିକ ସହାୟତା କରିବେ ବୋଲି ଘୋଷଣା କରିଛନ୍ତି।

ବିଶାଖପାଟନମର ଆରଆର ଭେଙ୍କେଟପୁରମରେ ରହିଛି ଏହି ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟ। ଗତକାଲି ରାତି ୨ଟା ୩୦ରେ ପ୍ଲାଣ୍ଟରୁ ଏହି ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବା ସୂଚନା ରହିଛି। ମୃତ ୧୧ ଜଣଙ୍କ ମଧ୍ୟରେ ଜଣେ ଛୋଟ ଛୁଆ ରହିଛି। ପ୍ଲାଣ୍ଟ ଭିତରେ ଥିବା ବୋରଓ୍ୱେଲ ପାଖରେ ଛିଡ଼ା ହୋଇଥିବା ବେଳେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ଟଳି ପଡ଼ିଥିଲେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନ ରେଡ୍ଡୀ ମୃତକଙ୍କ ପରିବାର ପାଇଁ ୧ କୋଟି ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହାପରେ ବିଶାଖପାଟନମର କିଙ୍ଗ ଗୋର୍ଜ ହସ୍ପିଟାଲ ଯାଇ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଦେଖିଥିଲେ ମୁଖ୍ୟମନ୍ତ୍ରୀ।

ଏବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୨୦ ଜଣ ଭେଣ୍ଟିଲେଟରରେ ରହିଥିବା ବେଳେ ୨୪୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସେହପରି ଆରଆର ଭେଙ୍କେଟପୁରମର ୮୦୦ରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପ୍ରାଥମିକ ଚିକିତ୍ସା କରିବା ପରେ ଛାଡ଼ି ଦିଆଯାଇଛି।

ଘଟଣା ବାବଦରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରଣାଳୟ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ୍ ସହିତ କଥା ହୋଇଥିବା ସୂଚନା ରହିଛି। ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିବା ସହିତ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related story