ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ବିଭିନ୍ନ ଠିକଣାରେ ଇଡିର ଚଢ଼ଉ

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତିକ ସଙ୍କଟ ମଧ୍ୟରେ ପ୍ରଥମେ ସିବିଆଇ ଓ ଏବେ ହଠାତ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସକ୍ରିୟ ହୋଇ ଉଠିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇଙ୍କ ନାଁରେ ଥିବା ବିଭିନ୍ନ ଠିକଣାରେ ଆଜି ଇଡି ଚଢ଼ଉ କରିଥିବା ଜଣାପଡ଼ିଛି। ଫର୍ଟିଲାଇଜର ସ୍କାମ ଦୁର୍ନୀତିରେ ଗେହଲଙ୍କ ଭାଇଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଇଡି ଏଭଳି ରେଡ୍‌ କରିଛି।

ବୁଧବାର ଫର୍ଟିଲାଇଜର ସ୍କାମର ତଦନ୍ତ କରୁଥିବା ଇଡି ଦେଶବ୍ୟାପୀ ଚଢ଼ଉ ଆରମ୍ଭ କରିଛି। ଏହିକ୍ରମରେ ଅଗ୍ରେସନ ଗେହଲଟଙ୍କ ବିଭିନ୍ନ ଠିକଣାରେ ବି ରେଡ୍‌ ହୋଇଛି। ଅଗ୍ରେସନ ଗେହଲଟ ହେଉଛନ୍ତି ଅଶୋକ ଗେହଲଟଙ୍କ ବଡ଼ ଭାଇ। ଆଜି ଇଡି ପକ୍ଷରୁ ରାଜସ୍ଥାନର ଯୋଧପୁର ସମେତ ପଶ୍ଚିମବଙ୍ଗର ୨ଟି, ଗୁଜରାଟ ଓ ଦିଲ୍ଲୀର ୪ଟି ସ୍ଥାନରେ ଚଢ଼ଉ କରାଯାଇଛି।

୨୦୧୭ରେ ବିଜେପି ଫର୍ଟିଲାଇଜର ସ୍କାମରେ ଅଶୋକ ଗେହଲଟଙ୍କ ଭାଇ ସଂପୃକ୍ତ ଥିବା ଅଭିଯୋଗ କରିଥିଲା। ୨୦୦୭ରୁ ୨୦୦୯ ମଧ୍ୟରେ ଗେହଲଟଙ୍କ ବଡ଼ ଭାଇ ସବସିଡି ଯୁକ୍ତ ଫର୍ଟିଲାଇଜର ରପ୍ତାନୀ କରିଥିଲେ। ଏହି ସମୟରେ ୟୁପିଏ କେନ୍ଦ୍ରରେ କ୍ଷମତାରେ ଥିଲା।

ଭାରତୀୟ ଚାଷୀଙ୍କ ପାଇଁ ଆସିଥିବା ସବସିଡି ଯୁକ୍ତ ଫର୍ଟିଲାଇଜରଗୁଡ଼ିକୁ ଗେହଲଟଙ୍କ ଭାଇ ହେରଫେର କରି ବିଦେଶୀକୁ ରପ୍ତାନୀ କରିଥିବା ଅଭିଯୋଗ ହୋଇଛି। ଅଗ୍ରେସନ ଗେହଲଟ ନିଜ କମ୍ପାନୀ ଅନୁପମ କୃଷି ଜରିଆରେ ପ୍ରଥମେ ସବସିଡି ଯୁକ୍ତ ଫର୍ଟିଲାଇଜର କିଣିଥିଲେ। ଏହାପରେ ଏହାକୁ ବିଦେଶକୁ ରପ୍ତାନୀ କରିଥିଲେ। ବିଶେଷ କରି ମ୍ୟାଲେସିୟା ଓ ଭିଏତନାମକୁ ଏହା ପଠାଯାଇଥିବା ଜଣେ ଇଡି ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କ୍‌: ଖାଲି ବଲିଉଡ୍ ନୁହେଁ, ଏନ୍‌ସିବି ରାଡାର୍‌ରେ ଅଛନ୍ତି ଟେଲି କଳାକାର

କଙ୍ଗନାଙ୍କୁ ନେଇ ବିଜେପି ନେତାଙ୍କ ବଡ଼ ବୟାନ

ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ‘ରବିନ୍ ହୁଡ୍ ବିହାର କେ’ ମ୍ୟୁଜିକ୍ ଭିଡିଓ ଭାଇରାଲ୍

କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ

ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଏବେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷା ଅନ୍ତର୍ଭୁକ୍ତ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଲୋନ୍ ନେବା ପାଇଁ ହିନ୍ଦୀ ଜାଣିବା ଦରକାର କହିବା ପରେ ମ୍ୟାନେଜରଙ୍କ ବଦଳି

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍

ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୨୯ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ