ଉତ୍ତର ପ୍ରଦେଶରେ ହାଡ଼ଭଙ୍ଗା ଶୀତରେ ୭୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଯୋଗୁଁ ୨୪ ଘଣ୍ଟା ଭିତରେ ୭୦ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବୁନ୍ଦେଲଖଣ୍ଡ ଅଞ୍ଚଳରେ ସର୍ବାଧିକ ୨୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆଲାହାବାଦରେ ୧୧, ରାୟବରେଲିରେ ୩ ଓ ପୂର୍ବାଞ୍ଚଳରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ୟୁପିର ସୁଲତାନପୁର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଲକ୍ଷ୍ନୌରେ ପାରଦ ୩ ଡିଗ୍ରୀ ରହିଛି । ପାଣିପାଗ ବିଭାଗ କହିଛି, ୧୦ ତାରିଖ […]

cold_wave_north

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 08:59 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଯୋଗୁଁ ୨୪ ଘଣ୍ଟା ଭିତରେ ୭୦ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବୁନ୍ଦେଲଖଣ୍ଡ ଅଞ୍ଚଳରେ ସର୍ବାଧିକ ୨୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆଲାହାବାଦରେ ୧୧, ରାୟବରେଲିରେ ୩ ଓ ପୂର୍ବାଞ୍ଚଳରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ୟୁପିର ସୁଲତାନପୁର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଲକ୍ଷ୍ନୌରେ ପାରଦ ୩ ଡିଗ୍ରୀ ରହିଛି । ପାଣିପାଗ ବିଭାଗ କହିଛି, ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ଶୀତ ଲହରି ଜାରି ରହିବ। ତା ପରେ ତାପମାତ୍ରାରେ କିଛିଟା ସୁଧାର ଆସିବ।

Related story