କରୋନା: ଲକ୍ଷେ ଟଙ୍କା ଦେଲେ ୮୨ ବର୍ଷର ବୃଦ୍ଧା, ଶିବରାଜ କହିଲେ ମା’ ତୁଝେ ସଲାମ

ଭୋପାଲ: କରୋନା ଲଢ଼େଇ ପାଇଁ ବିଭିନ୍ନ ମହଲରୁ ସହାୟତା ବର୍ଷା ହେବାରେ ଲାଗିଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ୮୨ ବର୍ଷର ବୃଦ୍ଧାଙ୍କ ଦାନ ସମସ୍ତଙ୍କ ମନ କିଣି ନେଇଛି। ସ୍କୁଲ ଶିକ୍ଷା ବିଭାଗରେ କାମ କରି ଅବସର ନେଇଥିବା ଏହି ବୃଦ୍ଧା ନିଜ ପେନସନ୍‌ରୁ ଏହି ଦାନ କରିଛନ୍ତି। ସରକାରଙ୍କ କରୋନା ଲଢ଼େଇ ପାଇଁ ବିଦିଶା ଟାଉନ୍‌ର ଏହି ବୃଦ୍ଧା ଏପରି ମହାନ କାମ କରିବା ଦେଖି ଲୋକେ ପ୍ରଶଂସା କରିବାକୁ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ […]

82

Subrat Kumar Nayak
  • Published: Thursday, 02 April 2020
  • , Updated: 02 April 2020, 08:59 PM IST

ଭୋପାଲ: କରୋନା ଲଢ଼େଇ ପାଇଁ ବିଭିନ୍ନ ମହଲରୁ ସହାୟତା ବର୍ଷା ହେବାରେ ଲାଗିଛି। କିନ୍ତୁ ମଧ୍ୟପ୍ରଦେଶର ଜଣେ ୮୨ ବର୍ଷର ବୃଦ୍ଧାଙ୍କ ଦାନ ସମସ୍ତଙ୍କ ମନ କିଣି ନେଇଛି। ସ୍କୁଲ ଶିକ୍ଷା ବିଭାଗରେ କାମ କରି ଅବସର ନେଇଥିବା ଏହି ବୃଦ୍ଧା ନିଜ ପେନସନ୍‌ରୁ ଏହି ଦାନ କରିଛନ୍ତି। ସରକାରଙ୍କ କରୋନା ଲଢ଼େଇ ପାଇଁ ବିଦିଶା ଟାଉନ୍‌ର ଏହି ବୃଦ୍ଧା ଏପରି ମହାନ କାମ କରିବା ଦେଖି ଲୋକେ ପ୍ରଶଂସା କରିବାକୁ ଆରମ୍ଭ କରିଛନ୍ତି।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ସାଲଭା ଉସ୍କାର ନାମକ ଏହି ବୃଦ୍ଧା କରୋନା ବାବଦରେ ଚିନ୍ତିତ ହୋଇପଡ଼ିଥିଲେ। ଖବରକାଗଜରୁ ଏ ବିଷୟରେ ପଢ଼ିବା ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ବାବଦରେ ଜାଣିବାକୁ ପାଇଥିଲେ। ଏହାପରେ ବିଜ୍ଞାପନରେ ଦିଆଯାଇଥିବା ନୋଡାଲ ଅଫିସର ବିନୟ ପ୍ରକାଶ ସିଂହଙ୍କୁ ଯୋଗାଯୋଗ କରି ଦାନ କରିବେ ବୋଲି ମନ ବଳାଇଥିଲେ।

ଶ୍ରୀ ସିଂହ ତୁରନ୍ତ ଜଣେ ଅଧିକାରୀଙ୍କୁ ବୃଦ୍ଧାଙ୍କ ଘରକୁ ପଠାଇ ଚେକ୍‌ ସଂଗ୍ରହ କରାଇଥିଲେ। ତେବେ ଦାନ କରି ଜଣାଇ ହେବା ଫ୍ୟାଶନ୍‌ ପଲଟିଥିଲେ ହେଁ, ଏହା ବାବଦରେ ବୃଦ୍ଧା କାହାକୁ କହିନଥିଲେ। ଶେଷରେ ସ୍ଥାନୀୟ ଗଣମାଧ୍ୟମ ପ୍ରଶାସନଠାରୁ ଏ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସାମାଜିକ ଗଣମାଧ୍ୟମରେ ଏହି ଖବର ବ୍ୟାପି ଯାଇଥିଲା।

ଉସ୍କାର ଏ ଅନୁଭୂତି ବାବଦରେ କୁହନ୍ତି, “ସ୍ଥିତି ଦେଖିବା ପରେ ମୁଁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲି। ମୁଁ ଲୋକଙ୍କୁ ଆହ୍ୱାନ କରୁଛି ଲୋକେ ଲକ୍‌ଡାଉନ୍‌କୁ ସମ୍ମାନ ଜଣାନ୍ତୁ ଏବଂ ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ।”

ଏହି ଭିଡିଓକୁ ଶେୟାର କରି ଶିବରାଜ ସିଂହ ଚୌହାନ ଲେଖିଛନ୍ତି, “ମା ତୁଝେ ସଲାମ। ବିଦିଶାର ୮୨ ବର୍ଷ ବୟସ୍କ ସାଲଭା ଉସ୍କାର ନିଜ ପେନସନ୍‌ ଫଣ୍ଡରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଲକ୍ଷେ ଟଙ୍କା ଦରନ କରିଛନ୍ତି। ଏହା ଜଣେ ମା’ଙ୍କର ଅମୂଲ୍ୟ ଆଶୀର୍ବାଦ ଯାହାକି କରୋନା ବିରୋଧରେ ଲଢ଼େଇ ପାଇଁ ମୋର ଆତ୍ମବିଶ୍ୱାସ ବୃଦ୍ଧି କରୁଛି।”

Related story