ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସ୍ଥିତି ବହୁତ ଖରାପ ବୋଲି କହିଲା ଆଇଏମଏ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪୦ ହଜାର ପାଖରେ ପହଞ୍ଚିଥିଲା। ଏସବୁ ଭିତରେ ଆଜି ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଆଇ କହିଛି। ଆଇଏମଏ ହସ୍ପିଟାଲ ବୋର୍ଡ […]

duy

Hemant Lenka
  • Published: Saturday, 18 July 2020
  • , Updated: 18 July 2020, 10:56 PM IST

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪୦ ହଜାର ପାଖରେ ପହଞ୍ଚିଥିଲା। ଏସବୁ ଭିତରେ ଆଜି ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଆଇ କହିଛି।

ଆଇଏମଏ ହସ୍ପିଟାଲ ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡା. ଭିକେ ମୋଙ୍ଗା କହିଛନ୍ତି, “ପ୍ରତିଦିନ ଭାରତରେ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ଖରାପ ସ୍ଥିତି। ଏଥିପାଇଁ ଏକାଧିକ କାରଣ ଦାୟୀ। କିନ୍ତୁ ଭାରତର ଗ୍ରାମାଞ୍ଚଳକୁ କରୋନା ବ୍ୟାପିବା ଆରମ୍ଭ କଲାଣି। ଏହା ଏକ ଖରାପ ସଙ୍କେତ। ବର୍ତ୍ତମାନ ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି। ଗୋଷ୍ଠୀ ସଂକ୍ରମଣ ପାଇଁ ହିଁ ଏଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।”

ଆଇଏମଏ ଏଭଳି କଥା କହୁଥିଲେ ହେଁ ଭାରତ ସରକାର ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା କହି ଚାଲିଛନ୍ତି। ଭାରତ ବିଶ୍ୱର ୩ୟ କରୋନା ପ୍ରଭାବିତ ରାଷ୍ଟ୍ର। ତଥାପି କେନ୍ଦ୍ର ସରକାର ଗୋଷ୍ଠୀ ସଂକ୍ରମଣ ହେବା କଥାକୁ ଅସ୍ୱୀକାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଡା ମୋଙ୍ଗା ଆହୁରି କହିଛନ୍ତି, “ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ଆମେ କରୋନା ସଂକ୍ରମଣକୁ ହ୍ରାସ କରିବାକୁ ସକ୍ଷମ ହୋଇଛି। କିନ୍ତୁ ମହାରାଷ୍ଟ୍ର, କର୍ଣ୍ଣାଟକା, କେରଳ, ଗୋଆ, ମଧ୍ୟପ୍ରଦେଶ ସ୍ଥିତି ବେକାବୁ ହେଉଛି। ଏହା ଦେଶର ନୂଆ କରୋନା ହଟସ୍ପଟ ହେଲାଣି। ତେଣୁ ରାଜ୍ୟ ସରକାରମାନେ ସତର୍କତାର ସହ କାର୍ଯ୍ୟ କରିବା ସହ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିବା ଦରକାର।

ଏହା ଏକ ଭାଇରାଲ ରୋଗ। ଯାହା ଖୁବଦ୍ରୁତରେ ଗତିରେ ବ୍ୟାପୁଛି। ଏହାର ମୁକାବିଲା ପାଇଁ ଦୁଇଟି ଉପାୟ ରହିଛି। ଦେଶର ୭୦% ଲୋକଙ୍କୁ ସଂକ୍ରମିତ କରି ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ତିଆରି କରିବା।”

Related story