ନିଜର ଆଣବିକ ଅସ୍ତ୍ରାଗାର ବୃଦ୍ଧି କରୁଛନ୍ତି ଭାରତ, ଚାଇନା ଓ ପାକ୍‌!

ୱାଶିଂଟନ୍‌: ସମଗ୍ର ବିଶ୍ୱରେ ଏବେ ଆଣବିକ ଯୁଦ୍ଧାସ୍ତ୍ର ଗୁଡ଼ିକ ହ୍ରାସ ପାଉଥିବା ବେଳେ ଏମିତି କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ନିଜର ପରମାଣୁ ଅସ୍ତ୍ରାଗାରକୁ ଅତ୍ୟାଧୁନିକ କରିବା ସହିତ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ ଓ ଚାଇନା ସର୍ବାଗ୍ରେ ରହିଛନ୍ତି। ୨୦୧୯ ଆରମ୍ଭରୁ ଆମେରିକା, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା, ପାକିସ୍ତାନ, ଭାରତ, ଇସ୍ରାଏଲ ଓ ଉତ୍ତର କୋରିଆ ପାଖରେ ପାଖାପାଖି ୧୩,୮୬୫ଟି ଆଣଵିକ ଯୁଦ୍ଧାସ୍ତ୍ର ରହିଥିଲା। ଅର୍ଥାତ […]

nu

Hemant Lenka
  • Published: Monday, 17 June 2019
  • , Updated: 17 June 2019, 05:51 PM IST

ୱାଶିଂଟନ୍‌: ସମଗ୍ର ବିଶ୍ୱରେ ଏବେ ଆଣବିକ ଯୁଦ୍ଧାସ୍ତ୍ର ଗୁଡ଼ିକ ହ୍ରାସ ପାଉଥିବା ବେଳେ ଏମିତି କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ନିଜର ପରମାଣୁ ଅସ୍ତ୍ରାଗାରକୁ ଅତ୍ୟାଧୁନିକ କରିବା ସହିତ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ ଓ ଚାଇନା ସର୍ବାଗ୍ରେ ରହିଛନ୍ତି।

୨୦୧୯ ଆରମ୍ଭରୁ ଆମେରିକା, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା, ପାକିସ୍ତାନ, ଭାରତ, ଇସ୍ରାଏଲ ଓ ଉତ୍ତର କୋରିଆ ପାଖରେ ପାଖାପାଖି ୧୩,୮୬୫ଟି ଆଣଵିକ ଯୁଦ୍ଧାସ୍ତ୍ର ରହିଥିଲା। ଅର୍ଥାତ ୨୦୧୮ ତୁଳନାରେ ଆଣବିକ ଅସ୍ତ୍ରଶସ୍ତ୍ରର ସଂଖ୍ୟା ୬୦୦ କମିଛି। କିନ୍ତୁ ଏହି ସମୟସୀମା ମଧ୍ୟରେ ଆଣଵିକ ଯୁଦ୍ଧାସ୍ତ୍ର ରଖିଥିବା ରାଷ୍ଟ୍ରଗୁଡ଼ିକ ଅତ୍ୟାଧୁନିକ ଶୈଳୀରେ ସେମାନଙ୍କ ଅସ୍ତ୍ରାଗାର ନିର୍ମାଣ କରୁଛନ୍ତି। ଏପରି କି ଭାରତ, ଚାଇନା ଓ ପାକିସ୍ତାନ ସେମାନଙ୍କ ପରମାଣୁ ଅସ୍ତ୍ରାଗାର ଗୁଡ଼ିକର ଆକାର ବୃଦ୍ଧି କରୁଥିବା କଥା ଏକ ରିପୋର୍ଟରେ ପ୍ରକାଶ ପାଇଛି।

୧୯୮୦ ଠାରୁ ବିଭିନ୍ନ ରାଷ୍ଟ୍ର ସେମାନଙ୍କ ଆଣବିକ ଯୁଦ୍ଧାସ୍ତ୍ରର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଏକ ସମୟରେ ସମଗ୍ର ବିଶ୍ୱରେ ୭୦,୦୦୦ ଆଣବିକ ଯୁଦ୍ଧାସ୍ତ୍ର ରହିଥିଲା।

ଏହା ଦିନକୁ ଦିନ ବିଶ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ହ୍ରାସ କରିବା ପାଇଁ ବିଭିନ୍ନ ସଂଗଠନ ଓ ଜାତିସଂଘ ଉଦ୍ୟମ କରୁଛନ୍ତି। ଏପରି ସ୍ଥିତିରେ ଅସ୍ତ୍ରାଗାରର କଳେବର ବୃଦ୍ଧି ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଏହି ରିପୋର୍ଟ ଅନୁସାରେ ଆମେରିକା ଓ ରୁଷ ନିଜର ଆଣବିକ ଯୁଦ୍ଧାସ୍ତ୍ରକୁ ସର୍ବାଧିକ ପରିମାଣରେ ନଷ୍ଟ କରିଛନ୍ତି। ହେଲେ ବିଶ୍ୱର ସମୁଦାୟ ଯୁଦ୍ଧାସ୍ତ୍ର ଓ ଅସ୍ତ୍ରାଗାରର ୯୦% ଆଣବିକ ଯୁଦ୍ଧାସ୍ତ୍ର ଉଭୟଙ୍କ ପାଖରେ ରହିଛି।

Related story