ଷ୍ଟେସନରେ ଏଣିକି ମିଳିବ କଣ୍ଡୋମ୍‌, ସାନିଟାରୀ ପ୍ୟାଡ୍‌

ନୂଆଦିଲ୍ଲୀ: ଷ୍ଟେସନ୍‌ ପରିଧି ମଧ୍ୟରେ ଓ ବାହାରେ, ଆଖପାଖ ଅଞ୍ଚଳରେ, ବିଶେଷକରି ନିକଟବର୍ତ୍ତୀ ବସ୍ତି ଓ ଗାଁ’ରେ ଉଚିତ ପରିମଳ ବ୍ୟବସ୍ଥା ନାହିଁ। ଲୋକେ ଏଣେତେଣେ ମଳତ୍ୟାଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛି। ଏଣିକି କେବଳ ଯାତ୍ରୀମାନଙ୍କ ପାଇଁ ନୁହେଁ, ଷ୍ଟେସନ ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ମଧ୍ୟ ବିକ୍ରୟ କରାଯିବ କଣ୍ଡୋମ୍‌ ଏବଂ ସାନିଟାରି ପ୍ୟାଡ୍‌। ରେଳବାଇ ବୋର୍ଡ ଅନୁମୋଦନ କରିଥିବା ନୂତନ ଟଏଲେଟ୍‌ ପଲିସିରେ […]

candom

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 02:32 PM IST

ନୂଆଦିଲ୍ଲୀ: ଷ୍ଟେସନ୍‌ ପରିଧି ମଧ୍ୟରେ ଓ ବାହାରେ, ଆଖପାଖ ଅଞ୍ଚଳରେ, ବିଶେଷକରି ନିକଟବର୍ତ୍ତୀ ବସ୍ତି ଓ ଗାଁ’ରେ ଉଚିତ ପରିମଳ ବ୍ୟବସ୍ଥା ନାହିଁ। ଲୋକେ ଏଣେତେଣେ ମଳତ୍ୟାଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛି। ଏଣିକି କେବଳ ଯାତ୍ରୀମାନଙ୍କ ପାଇଁ ନୁହେଁ, ଷ୍ଟେସନ ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ମଧ୍ୟ ବିକ୍ରୟ କରାଯିବ କଣ୍ଡୋମ୍‌ ଏବଂ ସାନିଟାରି ପ୍ୟାଡ୍‌। ରେଳବାଇ ବୋର୍ଡ ଅନୁମୋଦନ କରିଥିବା ନୂତନ ଟଏଲେଟ୍‌ ପଲିସିରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ରେଳବାଇ ଷ୍ଟେସନ୍‌ ପରିଧି ମଧ୍ୟରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ପୃଥକ ଶୌଚାଳୟ ବନ୍ଦୋବସ୍ତ କରାଯିବ। ଏହି ଶୌଚାଳୟ ସବୁ ମହିଳାଙ୍କ ଋତୁଶ୍ରାବ ସମୟରେ କିଭଳି ପରିମଳ ବ୍ୟବସ୍ଥା ଗ୍ରହଣ କରିବେ, ଗର୍ଭନିରୋଧକର ବ୍ୟବହାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବ। ଏହିଠାରେ ପୁରୁଷମାନଙ୍କ ପାଇଁ କଣ୍ଡୋମ୍‌ ମଧ୍ୟ ମଳିବ ବୋଲି ବ୍ୟବସ୍ଥା ରହିଛି।

 

Related story