ତେଲ ଦର ବୃଦ୍ଧି ଏବଂ ଚୀନର ଅନୁପ୍ରବେଶ ବିରୋଧରେ ଦେଶବ୍ୟାପୀ ଧାରଣା ଦେବ କଂଗ୍ରେସ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି, ଚୀନ ସେନାର ଅନୁପ୍ରବେଶକୁ ପ୍ରସଙ୍ଗ କରି ମୋଦି ସରକାରକୁ ଘେରିବ କଂଗ୍ରେସ। ଜୁନ୍ ୨୬ରେ ଗୁଲଓ୍ୱାନ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସରକାରକୁ ଘେରିବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି। ଏ ନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁକ୍ରବାର (ଜୁନ୍ ୨୬)ରେ କଂଗ୍ରେସ ‘ଶହୀଦଙ୍କୁ ସଲାମ’ ଦିବସ ପାଳନ କରିବ। ଏହି ଅବସରରେ ଲଦାଖରେ ଶହୀଦ ହୋଇଥିବା ୨୦ […]

congress

Subhransu Sekhar
  • Published: Wednesday, 24 June 2020
  • , Updated: 25 June 2020, 06:56 PM IST

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି, ଚୀନ ସେନାର ଅନୁପ୍ରବେଶକୁ ପ୍ରସଙ୍ଗ କରି ମୋଦି ସରକାରକୁ ଘେରିବ କଂଗ୍ରେସ। ଜୁନ୍ ୨୬ରେ ଗୁଲଓ୍ୱାନ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସରକାରକୁ ଘେରିବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି। ଏ ନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପଳ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶୁକ୍ରବାର (ଜୁନ୍ ୨୬)ରେ କଂଗ୍ରେସ ‘ଶହୀଦଙ୍କୁ ସଲାମ’ ଦିବସ ପାଳନ କରିବ। ଏହି ଅବସରରେ ଲଦାଖରେ ଶହୀଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ କଂଗ୍ରେସ। ସାରା ଭାରତରେ କଂଗ୍ରେସ ଶହୀଦଙ୍କ ପାଇଁ ଏହି ସଭା କରିବ।

ତେବେ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ କର୍ମୀମାନେ ଶହୀଦଙ୍କ ସ୍ମାରକୀ ନିକଟରେ ନିରବ ହୋଇ ବସିବେ। କୌଣସି ନାରା ବାଜି କରିବେ ନାହିଁ। ଆନ୍ଦୋଳନକାରୀ ମାନେ କ୍ୟାଣ୍ଡେଲ, ଦୀପ ଧରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ସକାଳ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବ।

ତେବେ ଖାଲି ରାସ୍ତା ଘାଟରେ ନୁହେଁ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ସୋଶାଲ ମିଡିଆରେ ମଧ୍ୟ ପ୍ରଚାର କରିବ। ଶହୀଦଙ୍କ ଉଦ୍ଦେଶ୍ୟରେ କଂଗ୍ରେସ କର୍ମୀ ନିଜର ମନ୍ତବ୍ୟ ଦେଇ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ଯିଏ ଯେଉଁଠି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବେ ସେଠାରୁ ଭିଡିଓ ଜରିଆରେ କଂଗ୍ରେସ କର୍ମୀମାନେ ନିଜର ବାର୍ତ୍ତା ଦେବେ। ଏହାପରେ ସୋଶାଲ ମିଡିଆରେ ସଂପୃକ୍ତ ବାର୍ତ୍ତାକୁ ଅପଲୋଡ କରିବେ।

ଏହାପରେ ଜୁନ୍ ୨୯ରେ କଂଗ୍ରେସ କର୍ମୀମାନେ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବଂ ଚୀନ ସେନାର ଅନୁପ୍ରବେଶକୁ ପ୍ରସଙ୍ଗ କରି ଧାରଣାରେ ବସିବେ। ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସି ଧାରଣା ଦେବେ। ଏହାପରେ ଜୁନ୍ ୩୦ରୁ ଜୁଲାଇ ୪ରେ କଂଗ୍ରେସ ସମାନ ପ୍ରସଙ୍ଗରେ ପ୍ରତି ତହସିଲ୍ ଏବଂ ବ୍ଲକ ଅଫିସ ଆଗରେ ଧାରଣା ଦେବ ବୋଲି ଜଣାପଡ଼ିଛି।

Related story