ପ୍ରଜ୍ଞା ଠାକୁର ଓ ଦିଗବିଜୟଙ୍କ ପାଇଁ ପ୍ରଚାର କଲେ ନାହିଁ ମୋଦି ଓ ରାହୁଲ

ଭୋପାଲ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ଭୋପାଲ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ। ଏହି ଆସନର କଂଗ୍ରେସରୁ ଦିଗବିଜୟ ସିଂହ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସାଧ୍ୱୀ ପ୍ରଜ୍ଞା ଠାକୁର ଛିଡ଼ା ହୋଇଛନ୍ତି। ତେବେ ଏହି ଦୁଇ ଜଣଙ୍କ ପାଇଁ ସେମାନଙ୍କ ଦଳର ଶୀର୍ଷ ନେତା ପ୍ରଚାର କରି ନାହାନ୍ତି। ବିଜେପି ଏହି ଆସନରେ କଂଗ୍ରେସ ଦ୍ୱାରା ପ୍ରୟୋଗ ହୋଇଥିବା ‘ହିନ୍ଦୁ ଆତଙ୍କବାଦ’ ଶବ୍ଦକୁ ନେଇ ପ୍ରଚାର […]

sadhwi vs digvijay

Subhransu Sekhar
  • Published: Saturday, 11 May 2019
  • , Updated: 11 May 2019, 11:34 AM IST

ଭୋପାଲ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ଭୋପାଲ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ। ଏହି ଆସନର କଂଗ୍ରେସରୁ ଦିଗବିଜୟ ସିଂହ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସାଧ୍ୱୀ ପ୍ରଜ୍ଞା ଠାକୁର ଛିଡ଼ା ହୋଇଛନ୍ତି। ତେବେ ଏହି ଦୁଇ ଜଣଙ୍କ ପାଇଁ ସେମାନଙ୍କ ଦଳର ଶୀର୍ଷ ନେତା ପ୍ରଚାର କରି ନାହାନ୍ତି।

ବିଜେପି ଏହି ଆସନରେ କଂଗ୍ରେସ ଦ୍ୱାରା ପ୍ରୟୋଗ ହୋଇଥିବା 'ହିନ୍ଦୁ ଆତଙ୍କବାଦ' ଶବ୍ଦକୁ ନେଇ ପ୍ରଚାର କରିଛି। ୨୦୦୮ ମସିହା ମାଲେଗାଁଓ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ପ୍ରାର୍ଥୀ କରି 'ହିନ୍ଦୁ ଆତଙ୍କବାଦ' ନାରାର ଉଚିତ ଜବାବ ଦେବ ବୋଲି ଆଶା ରଖିଛି। ହେଲେ 'ହିନ୍ଦୁ ଆତଙ୍କବାଦ' ଶବ୍ଦକୁ ବିରୋଧ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନଥିବା ଦେଖିବାକୁ ମିଳିଛି। କିନ୍ତୁ ବିଭିନ୍ନ ସାକ୍ଷାତକାରରେ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସାଧ୍ୱୀଙ୍କ ଭଳି ଦିଗବିଜୟଙ୍କ ଅବସ୍ଥା ପାଖାପାଖି ସମାନ ଦେଖିବାକୁ ମିଳିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଦିଗବିଜୟ ସିଂହଙ୍କ ପାଇଁ କେବେ କିଛି କହିନଥିବା ଦେଖିବାକୁ ମିଳିଛି। ପ୍ରଥମେ ଦିଗବିଜୟ ସିଂହଙ୍କ ପ୍ରାର୍ଥୀକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜି ହୋଇନଥିବା ଦେଖିବାକୁ ମିଳିଥିଲା। ଯଦି ଦିଗବିଜୟ ଲଢ଼ିବେ ତା' ହେଲେ କଂଗ୍ରେସ ପାଇଁ ଅସମ୍ଭବ ପାଲଟିଥିବା ଇନ୍ଦୋର ଓ ଭୋପାଲ ଆସନରୁ ନିର୍ବାଚନ ଲଢ଼ିବାକୁ ପଡ଼ିବ ବୋଲି କମଲନାଥ ଦେଇଥିଲେ। କାରଣ ଏହି ଦୁଇ ଆସନରେ କଂଗ୍ରେସ ୩୦ରୁ ୩୫ ବର୍ଷ ହେବ ଜିତି ନାହିଁ। ତେବେ ଦଳର ଶୀର୍ଷ ନେତା ଯେଉଁ ଆସନରୁ ନିର୍ବାଚନ ଲଢ଼ିବା ପାଇଁ କହିବେ ସେହି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦିଗବିଜୟ ସିଂହ ପରେ କହିଥିଲେ।

ନିର୍ବାଚନୀ ମଇଦାନକୁ ଓହ୍ଲାଇ ବିକାଶକୁ ପ୍ରସଙ୍ଗ କରି ଦିଗବିଜୟ ପ୍ରଚାର କରିଛନ୍ତି। ହେଲେ ସମୟାନୁକ୍ରମେ ସାଧୁ ସନ୍ଥ ଓ ବଲିଉଡ଼ ଅଭିନେତ୍ରୀଙ୍କୁ ସାହାରା କରି ପ୍ରତିପକ୍ଷ ପ୍ରାର୍ଥୀଙ୍କ ବିରୋଧରେ ଜୋରଦାର ପ୍ରଚାର କରିଛନ୍ତି ଦିଗବିଜୟ। ସବୁଠୁ ବଡ଼ କଥା ହେଲା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ପ୍ରଚାର ବେଳେ ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରି ବର୍ଷୁଥିବା ବେଳେ ଦିଗବିଜୟ ସିଂହ କିନ୍ତୁ ନିଜେ ସାଧ୍ୱୀଙ୍କ ବାବଦରେ କିଛି କହି ନାହାନ୍ତି। ପ୍ରଚାରର ଅନ୍ତିମ ଦିନରେ ଦିଗବିଜୟ ଚାଲି ଚାଲି ଭୋଟ ଭିକ୍ଷା କରିଥିବା ବେଳେ ସାଧ୍ୱୀ ଟିଟି ନଗର ସ୍ଥିତ ଦୁର୍ଗା ମନ୍ଦିରରେ ୫୦୧ ପଣ୍ଡିତଙ୍କୁ ନେଇ ପୂଜାର୍ଚ୍ଚନା କରିଥିଲେ।

୨୦୧୪ ଅନ୍ତିମ ସାଧାରଣ ନିର୍ବାଚନରେ ମଧ୍ୟପ୍ରଦେଶର ୨୯ ଲୋକସଭା ଆସନରୁ ବିଜେପି ୨୭ଟି ଓ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟ ହୋଇଥିଲା।

Related story