ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ଜର୍ମାନୀ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ଜର୍ମାନ୍ ସଂସଦରେ ଭିନ୍ନ ଭିନ୍ନ ଭଙ୍ଗୀରେ ଛିଡ଼ା ହୋଇ ରାହୁଲ୍ କିଛି ଫଟୋ ନେଇଥିଲେ। ଏସବୁ ଫଟୋକୁ କଂଗ୍ରେସ ଦଳ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରି, ଫଟୋର କ୍ୟାପସନ୍ରେ ‘ ଭିନ୍ନ ଭିନ୍ନ ମୁଦ୍ରାରେ ରାହୁଲ୍’ ବୋଲି ଲେଖିଥିଲା। ତେବେ ସୋଶାଲ୍ ମିଡିଆରେ ଏହି ଫଟୋଗୁଡ଼ିକ ଭାଇରାଲ୍ ହେବା ପରେ ସାଧାରଣ ଲୋକେ ଖୁବ୍ କଡ଼ା ଟିପ୍ପଣୀ ଦେଇଛନ୍ତି।
ଜଣେ ଟ୍ୱିଟ୍ କରି, ‘ମା’ ବିବାହ ପାଇଁ କଥାବାର୍ତ୍ତା କରୁଥିବା ବେଳେ ମୁଁ’ ବୋଲି ଫଟୋଟିର ନୂଆ କ୍ୟାପ୍ସନ୍ ଦେଇଛନ୍ତି।
କଂଗ୍ରେସର ଏହି ପୋଷ୍ଟିଂକୁ ବିଜେପି ମଧ୍ୟ ଶେୟାର୍ କରିଛି। ପୋଷ୍ଟ୍କୁ ଶେୟାର୍ କରି ବିଜେପି ପକ୍ଷରୁ ଏହାର କ୍ୟାପ୍ସନ୍ରେ କୁହାଯାଇଛି, ‘ଏସବୁ ଫଟୋକୁ ଶେୟାର ନକରି ରହିହେବନି’।