କ୍ରାଇସିସି ମ୍ୟାନେଜର ନିଜେ କ୍ରାଇସିସରେ ପଡ଼ିଗଲେ

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ ହିସାବ ବରାବର କରିଛି ବିଜେପି। ଗତବର୍ଷ ନଭେମ୍ୱର ମାସ ଶେଷରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ) ଗଠନ ହୋଇଥିଲା। ବିଜେପିକୁ ସାଇଡ୍ କରି ଶିବସେନାକୁ କଂଗ୍ରେସ ସହ ମିଶାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ କମଲନାଥ। ଏବେ କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିରେ ସାମିଲ୍ କରାଇ ବିଜେପି ହିସାବ ନିକାଶ କରିଛି। ଗତବର୍ଷ ଅନ୍ତିମ ସମୟରେ ଚର୍ଚ୍ଚାରେ ଥିଲା ଶିବାସେନା। କାରଣ ହିନ୍ଦୁତ୍ୱକୁ […]

kamal-nath759

Subhransu Sekhar
  • Published: Friday, 20 March 2020
  • , Updated: 20 March 2020, 01:06 PM IST

ଭୋପାଳ: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ ହିସାବ ବରାବର କରିଛି ବିଜେପି। ଗତବର୍ଷ ନଭେମ୍ୱର ମାସ ଶେଷରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ) ଗଠନ ହୋଇଥିଲା। ବିଜେପିକୁ ସାଇଡ୍ କରି ଶିବସେନାକୁ କଂଗ୍ରେସ ସହ ମିଶାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ କମଲନାଥ। ଏବେ କଂଗ୍ରେସର ପୂର୍ବତନ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିରେ ସାମିଲ୍ କରାଇ ବିଜେପି ହିସାବ ନିକାଶ କରିଛି।

ଗତବର୍ଷ ଅନ୍ତିମ ସମୟରେ ଚର୍ଚ୍ଚାରେ ଥିଲା ଶିବାସେନା। କାରଣ ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଶିବସେନା କଂଗ୍ରେସ ସହ ମିଶି ସରକାର ଗଠନ କରିଛି। ଯାହାକି ଦେଶର ରାଜନୀତିକୁ ନୂଆ ଦିଗ ଦେଇଛି। ତେବେ ଶିବସେନା ସହ କଂଗ୍ରେସ ମେଣ୍ଚ କରାଇବା ପଛରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏକ ମାଧ୍ୟମ ସାଜିଥିବା ବେଳେ ସେତେବେଳର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପ୍ରଚ୍ଛଦ ପଟରେ ରହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କଂଗ୍ରେସର କ୍ରାଇସିସି ମ୍ୟାନେଜର ଭାବରେ କମଲନାଥ, ଗୁଲାମ ନବୀ ଆଜାଦ, ଅଶୋକ ଗେହଲଟ ଜଣାଶୁଣା।

ଶିବସେନା ସହ ମେଣ୍ଟ ନେଇ ଶରଦ ପାଓ୍ୱାର ନଭେମ୍ୱର ୧୧ରେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଶରଦ ଓ ସୋନିଆଙ୍କ ବୈଠକ ପରେ ଶିବସେନା ସହ କଂଗ୍ରେସ ମେଣ୍ଟ କରିବାକୁ ରାଜି ନଥିବା ସୂଚନା ମିଳିଥିଲା। ଏମିତିକି ଏହି ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଦଳ ଶିବସେନା ସହ ମେଣ୍ଟ ନେଇ ଏବେ ନିଷ୍ପତ୍ତି ନେଇନାହିଁ। ଏହାପରେ ବିଜେପି ଭାବିଥିଲା କଂଗ୍ରେସ ଓ ଶିବସେନା ସହ ମେଣ୍ଟ ସମ୍ଭବ ନୁହେଁ।

ଏହାପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ସରକାର ଗଢ଼ିବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ। ହେଲେ ଶିବସେନା ସରକାର ଗଢ଼ି ପାରିନଥିଲା କଂଗ୍ରେସର ସମର୍ଥନ ପତ୍ର ମିଳିନଥିବାରୁ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତା’ପର ଦିନ ଜଣେ ଶିବସେନା ନେତା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଫୋନ କରି ମେଣ୍ଟ ପାଇଁ ହସ୍ତକ୍ଷେପ କରିବାକୁ କହିଥିଲେ। ଆଉ ଏଇଠୁ ପରଦା ପଛରେ ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାକି ବିଜେପି ବୁଝି ପାରିନଥିଲା।

କଂଗ୍ରେସ ନିଜର ବିଚାରଧାରା ସହ ବୁଝାମଣା କରିବାକୁ ଚେଷ୍ଟା କରୁନଥିଲା। ଅନ୍ୟପଟେ ଶିବସେନା ସମସ୍ତ ପ୍ରକାର ବୁଝାମଣା କରି ବିଜେପିକୁ କ୍ଷମତାରୁ ଦୂରେଇବାକୁ ଚାହୁଁଥିଲା। ଏହାରି ଭିତରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ ଶିବସେନା ସହ ଦଳ ମେଣ୍ଚ କଲେ କୌଣସି ଅସୁବିଧା ହେବନି ବୋଲି ସୋନିଆ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ବୁଝାଇଥିଲେ।

ନଭେମ୍ୱର ୧୮ରୁ ୨୧ ମଧ୍ୟରେ କମଲନାଥ ମଧ୍ୟପ୍ରଦେଶରେ ରହି ଦଳୀୟ ନେତା ଓ ଏନସିପି ସହ କଥା ହୋଇ ସରକାର ଗଢ଼ିବା ପାଇଁ ରାଜି କରାଇଥିଲେ। ଫଳରେ ନଭେମ୍ୱର ୨୨ ତାରିଖରେ ତିନି ଦଳ ଏକ ହୋଇ ସରକାର ଗଢ଼ିବେ ବୋଲି ସନ୍ଧ୍ୟାରେ ମିଳିତ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ।

ଏବେ କମଲନାଥଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଥିବା ଗ୍ୱାଲିଅରର ରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ନିଜ ପଟକୁ ଆଣିଲା। ଏହାପରେ ତାଙ୍କୁ ସମର୍ଥନ କରି ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେଲେ। ଶେଷରେ କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଲେ। ତେବେ ଏହି ଷଡ଼ଯନ୍ତ୍ର ପଛରେ ବିଜେପି ରହିଛି ବୋଲି କଂଗ୍ରେସ ଦାବି କରିଛି।

Related story