ମହାରାଷ୍ଟ୍ରରେ ଭୁଶୁଡ଼ିବ କଂଗ୍ରେସ!

ମୁମ୍ବାଇ: ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ରାଜ୍ୟରେ ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଛି। ଏକଦା ଦଳ ପକ୍ଷରୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ରାଧାକ୍ରିଷ୍ଣ ଭିକେ ପାଟିଲ୍‌ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ସେ ବିଜେପିରେ ଖୁବ୍‌ଶୀଘ୍ର ଯୋଗଦେବେ ବୋଲି ଜଣାପଡ଼ିଛି। କେବଳ ଭିକେ ପାଟିଲ ନୁହନ୍ତି, ଆଉ ୧୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ […]

w

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 04:22 PM IST

ମୁମ୍ବାଇ: ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ରାଜ୍ୟରେ ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଛି। ଏକଦା ଦଳ ପକ୍ଷରୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ରାଧାକ୍ରିଷ୍ଣ ଭିକେ ପାଟିଲ୍‌ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି।

ସେ ବିଜେପିରେ ଖୁବ୍‌ଶୀଘ୍ର ଯୋଗଦେବେ ବୋଲି ଜଣାପଡ଼ିଛି। କେବଳ ଭିକେ ପାଟିଲ ନୁହନ୍ତି, ଆଉ ୧୦ ଜଣ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ର ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ। ହେଲେ ଏହା ପୂର୍ବରୁ କଂଗ୍ରେସରୁ ବରିଷ୍ଠ ନେତା ଦଳ ଛାଡ଼ିବା କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି।

ଲୋକସଭା ନିର୍ବାଚନ ପୂର୍ବରୁ ଭିକେ ପାଟିଲଙ୍କ ପୁଅ ସୂଜୟ ଭିକେ ପାଟିଲ ବିଜେପିରେ ଯୋଗଦେଇଥିଲେ। ତାଙ୍କୁ ବିଜେପି ପ୍ରାର୍ଥୀ ମଧ୍ୟ କରିଥିଲା। ପୁଅ ପାଇଁ ନିଜେ ଭିକେ ପାଟିଲ ପ୍ରଚାର ମଙ୍ଗ ଧରିଥିଲେ। ଭିକେ ପାଟିଲ କହିଛନ୍ତି, “ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିନାହିଁ। କଂଗ୍ରେସ ହାଇକମାଣ୍ଡ ମୋତେ ବିଶ୍ୱାସକୁ ନେଇ ବିରୋଧୀ ଦଳ ନେତା କରିଥିଲେ। ମୁଁ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ୠଣୀ। ଦଳ ପାଇଁ ମୁଁ କଠିନ ପରିଶ୍ରମ କରିଥିଲି। ହେଲେ ପରିସ୍ଥିତି ମୋତେ ଇସ୍ତଫା ଦେବାକୁ ବାଧ୍ୟ କରିଛି।”

ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ମହାରାଷ୍ଟ୍ରର ୪୮ଟି ଆସନରୁ ମାତ୍ର ଗୋଟିଏରେ ଜିତିବାକୁ ସକ୍ଷମ ହୋଇଛି। ଅନ୍ୟପକ୍ଷେ ବିଜେପି-ଶିବସେନା ମେଣ୍ଟ ୪୧ଟି ଆସନ ଦଖଲ କରିଛନ୍ତି।

Related story