'ଗନ୍ଦି ନାଲି' ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗନ୍ଦି ନାଲି ବା ଅଳିଆ ଆବର୍ଜନାପୂର୍ଣ୍ଣ ନାଳ ସହ ତୁଳନା କରିବା ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏଥିପାଇଁ କ୍ଷମା ମାଗିଛନ୍ତି। “ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ, ତାଙ୍କୁ ମୋର ମନ୍ତବ୍ୟ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି” ବୋଲି କହିଛନ୍ତି। ତାଙ୍କର ହିନ୍ଦୀ ଭାଷାରେ ଦକ୍ଷତା କମ୍ ବୋଲି କହିବା ବେଳେ ଭୁଲ ହୋଇଯାଇଛି ବୋଲି ଅଧୀର କହିଛନ୍ତି। Congress leader, Adhir Ranjan […]

adhir-ranjan-chowdhury

Subhransu Sekhar
  • Published: Monday, 24 June 2019
  • , Updated: 24 June 2019, 05:46 PM IST
ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗନ୍ଦି ନାଲି ବା ଅଳିଆ ଆବର୍ଜନାପୂର୍ଣ୍ଣ ନାଳ ସହ ତୁଳନା କରିବା ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏଥିପାଇଁ କ୍ଷମା ମାଗିଛନ୍ତି। "ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ, ତାଙ୍କୁ ମୋର ମନ୍ତବ୍ୟ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି" ବୋଲି କହିଛନ୍ତି। ତାଙ୍କର ହିନ୍ଦୀ ଭାଷାରେ ଦକ୍ଷତା କମ୍ ବୋଲି କହିବା ବେଳେ ଭୁଲ ହୋଇଯାଇଛି ବୋଲି ଅଧୀର କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ ମୋସନ ଆଲୋଚନାରେ ଭାଗ ନେଇ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଗନ୍ଦି ନାଲି ବା ଅଳିଆ ଆବର୍ଜନା ଥିବା ନାଳ ସହ ତୁଳନା କରିଥିଲେ ଶ୍ରୀ ଚୌଧୁରୀ। ଏହାପରେ ଅଧୀର ବିଭିନ୍ନ ମହଲରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।

Related story