ପରାଜୟ ପାଇଁ ଶୀଲା ଦୀକ୍ଷିତଙ୍କୁ ଦାୟୀ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଛି। ବିଜେପି ହାରିଛି ବୋଲି ଯଦିଓ କଂଗ୍ରେସ ନେତା ଟୁଇଟ୍ କରି ଖୁସି ମନାଉଛନ୍ତି। ହେଲେ ନିର୍ବାଚନ ଦାୟିତ୍ୱରେ ଥିବା ଦିଲ୍ଲୀ କଂଗ୍ରେସ ନେତାଙ୍କ ଇସ୍ତଫା ପର୍ବ ଏବେ ଆରମ୍ଭ ହୋଇଯାଇଛି। ପରାଜୟ ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା କଂଗ୍ରେସ ନେତାମାନେ ନିଜକୁ ଦାୟୀ କରିଛନ୍ତି। ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ସୁବାଷ ଚୋପ୍ରା ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ନିଜର ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କ […]

pc chako

pc chako

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 04:10 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଛି। ବିଜେପି ହାରିଛି ବୋଲି ଯଦିଓ କଂଗ୍ରେସ ନେତା ଟୁଇଟ୍ କରି ଖୁସି ମନାଉଛନ୍ତି। ହେଲେ ନିର୍ବାଚନ ଦାୟିତ୍ୱରେ ଥିବା ଦିଲ୍ଲୀ କଂଗ୍ରେସ ନେତାଙ୍କ ଇସ୍ତଫା ପର୍ବ ଏବେ ଆରମ୍ଭ ହୋଇଯାଇଛି। ପରାଜୟ ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା କଂଗ୍ରେସ ନେତାମାନେ ନିଜକୁ ଦାୟୀ କରିଛନ୍ତି। ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ସୁବାଷ ଚୋପ୍ରା ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ନିଜର ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଏହାପରେ ଦିଲ୍ଲୀ କଂଗ୍ରେସର ପ୍ରମୁଖ ନେତା ପିସି ଚାକୋ ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଶିଲ୍ଲୀ ଦୀକ୍ଷିତକୁ ଦାୟୀ କରିଛନ୍ତି। ୨୦୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ଶୀଲା ଦୀକ୍ଷିତ ଥିବା ବେଳେ କଂଗ୍ରେସର ଅଧୋଗତି ହୋଇଛି। ଏହି ସମୟରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରାଜନୀତିକ କ୍ୟାରିଅର ଆରମ୍ଭ ହୋଇଛି। କେଜ୍ରିଓ୍ୱାଲଙ୍କ ନେତୃତ୍ୱରେ ଆପ୍ ତୃଣମୂଳ ସ୍ତରରୁ ମଜବୁତ ହୋଇଥିବା ବେଳେ କଂଗ୍ରେସ ଉପରୁ ଲୋକମାନେ ଆସ୍ଥା ତୁଟାଇ ଦେଇଛନ୍ତି। ଏବେ କଂଗ୍ରେସର ଭୋଟ ବ୍ୟାଙ୍କ ଆପ ଖାତାକୁ ଯାଇଛି ବୋଲି ପିସି ଚାକୋ କହିଛନ୍ତି। ଏବେ ସେ ଦଳୀୟ ପଦବୀରୁ ଇସ୍ତଫା ଦେବେ ବୋଲି କହିଛନ୍ତି।

ପିସି ଚୋକୋଙ୍କର ଏଭଳି ମନ୍ତବ୍ୟକୁ କିନ୍ତୁ ଦଳ ଭିତରୁ ନାପସନ୍ଦ କରାଯାଇଛି। ମୁମ୍ୱାଇ କଂଗ୍ରେସର ସଭାପତି ମୀଲନ ଦୋରା ଟୁଇଟ୍ କରି କହିଛନ୍ତି, ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ମଜଭୁତ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ପରାଜୟ ପାଇଁ ତାଙ୍କୁ ଦାୟୀ କରିବା ଠିକ୍ ନୁହେଁ। କଂଗ୍ରେସ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶୀଲା ଦୀକ୍ଷିତ ଥିଲେ ଦିଲ୍ଲୀ କଂଗ୍ରେସର ଚେହେରା। ଦିଲ୍ଲୀରେ ସେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାବାଦ କେନ୍ଦ୍ରରେ କଂଗ୍ରେସ ସରକାର ବେଳେ ସେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଗତବର୍ଷ ଜୁଲାଇରେ ତାଙ୍କର ବିୟୋଗ ହୋଇଥିଲା।

ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ବାହାରିଛି। ୭୦ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ବିଜେପି ବିଜୟୀ ହୋଇଛି। କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରି ନାହିଁ। ୨୦୧୫ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ କୌଣସି ଆସନରେ ଜିତିପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos