ରାବଣର ସନ୍ତାନ ସହ ବିଜେପି ସମାନ: କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭାରେ ଆଜି କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ବା ଛୁଆ ସହ ତୁଳନା କରିଛନ୍ତି। ସଂସଦର ଶୂନ୍ୟକାଳରେ ଅଧୀର ରଞ୍ଜନ ଚୌଧୁରୀ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ‘ସତ୍ୟାଗ୍ରହ ଏକ ଡ୍ରାମା’ ମନ୍ତବ୍ୟକୁ କାଉଣ୍ଟର କରିବାକୁ ଯାଇ ଏଭଳି କହିଛନ୍ତି। ଏଭଳି ମନ୍ତବ୍ୟକୁ ନେଇ ସଂସଦରେ ହୋ ହାଲ୍ଲା ହେବା ପରେ ଏହାକୁ ସଂସଦର କାର୍ଯ୍ୟଧାରାରୁ ହଟାଇ ଦିଆଯାଇଛି। ଆଜି ଲୋକସଭାରେ ଶୂନ୍ୟକାଳ ଆରମ୍ଭ ହେବା […]

congress_leader_adhir_ranjan_chowdhury

congress_leader_adhir_ranjan_chowdhury

Subhransu Sekhar
  • Published: Tuesday, 04 February 2020
  • Updated: 04 February 2020, 01:59 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ଆଜି କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ବା ଛୁଆ ସହ ତୁଳନା କରିଛନ୍ତି। ସଂସଦର ଶୂନ୍ୟକାଳରେ ଅଧୀର ରଞ୍ଜନ ଚୌଧୁରୀ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ‘ସତ୍ୟାଗ୍ରହ ଏକ ଡ୍ରାମା’ ମନ୍ତବ୍ୟକୁ କାଉଣ୍ଟର କରିବାକୁ ଯାଇ ଏଭଳି କହିଛନ୍ତି। ଏଭଳି ମନ୍ତବ୍ୟକୁ ନେଇ ସଂସଦରେ ହୋ ହାଲ୍ଲା ହେବା ପରେ ଏହାକୁ ସଂସଦର କାର୍ଯ୍ୟଧାରାରୁ ହଟାଇ ଦିଆଯାଇଛି।

ଆଜି ଲୋକସଭାରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଅଧୀର ରଞ୍ଜନ ଚୌଧୁରୀ ଯେତେବେଲେ କହିବା ଆରମ୍ଭ କଲେ ସେତେବେଳେ ହୋ ହାଲ୍ଲା ଆରମ୍ଭ ହୋଇଥିଲା। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ହେଉଛି। କୌଣସି ସ୍ଥାନରେ ବିବାଦ ନାହିଁ। ଏଭଳି ମନ୍ତବ୍ୟ ରଖି ବିଜେପିକୁ କଟୁ ସମାଲୋଚନା କରିବାକୁ ଯାଇ ଅଧୀର କହିଥିଲେ, ଗାନ୍ଧି ହେଉଛନ୍ତି ରାମଙ୍କ ପୂଜାରୀ। ଏବଂ ବିଜେପି ରାମଙ୍କ ପୂଜାରୀଙ୍କୁ ଅପମାନ କରୁଛି ବୋଲି ସେ କହିଥିଲେ। ଏହାପରେ ସେ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଥିଲେ।

ଅଧୀରଙ୍କ ଏଭଳି ମନ୍ତବ୍ୟ ପରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ଏଭଳି ମନ୍ତବ୍ୟକୁ ନେଇ ଶାସକ ଦଳ ଆପତ୍ତି ଉଠାଇବା ପରେ ବାଚସ୍ପତି ଓମ୍ ବିର୍ଲା ଏଭଳି ମତକୁ ଲୋକସଭାର କାର୍ଯ୍ୟଧାରାରୁ ହଟାଇ ଦେଇଥିଲେ। ସେ କହିଥିଲେ ଅସଂସଦୀୟ ଶବ୍ଦକୁ ତୁରନ୍ତ ହଟାଯାଉ। ବିଜେପି ସାଂସଦ ମାନେ ଏଭଳି ମତକୁ ବିରୋଧ କରିବା ସହିତ ସୋନିଆ ଗାନ୍ଧି ମୁର୍ଦ୍ଦାବାଦର ନାରା ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ସାରିଛନ୍ତି। ସିଏଏ ବିଲ୍ ଗୃହୀତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ‘ଅନୁପ୍ରବେଶକାରୀ’ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ଡ୍ରାମା ବୋଲି କହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡ଼େ। ହେଗଡ଼େଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବାରୁ ବିଜେପି ପକ୍ଷରୁ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ କୁହାଯାଇଛି। ହେଲେ ଏଯାଏ ସେଭଳି କୌଣସି କ୍ଷମା ମାଗି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story