ମଣିଶଙ୍କରଙ୍କ ନୂଆ ବିବାଦୀୟ ମନ୍ତବ୍ୟ, ଏଥର ‘କାତିଲ’

ନୂଆଦିଲ୍ଲୀ: ସାହୀନ୍‌ ବାଗ୍‌ଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ମଣିଶଙ୍କର ଆୟର। ପ୍ରାୟ ଏକ ମାସ ଧରି ଚାଲୁ ରହିଥିବା ଏହି ଆନ୍ଦୋଳନ ପାଇଁ ଟ୍ରାଫିକ୍‌ ସ୍ଥିତି ଉପୁଜୁଥିବାରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସ୍‌କୁ ଦୃଷ୍ଟି ଦେବାକୁ କହିବା ପରେ ପରେ ହିଁ ଆୟର ଆଜି ଏହି ବିକ୍ଷୋଭ ସ୍ଥଳ ଯାଇଥିଲେ। ଆୟର ସେଠାରେ କହିଥିଲେ, “ଯାହାବି ବଳିଦାନ ଦେବାକୁ ପଡ଼ିବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି। […]

ayar

Subrat Kumar Nayak
  • Published: Tuesday, 14 January 2020
  • , Updated: 14 January 2020, 09:39 PM IST

ନୂଆଦିଲ୍ଲୀ: ସାହୀନ୍‌ ବାଗ୍‌ଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ମଣିଶଙ୍କର ଆୟର। ପ୍ରାୟ ଏକ ମାସ ଧରି ଚାଲୁ ରହିଥିବା ଏହି ଆନ୍ଦୋଳନ ପାଇଁ ଟ୍ରାଫିକ୍‌ ସ୍ଥିତି ଉପୁଜୁଥିବାରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସ୍‌କୁ ଦୃଷ୍ଟି ଦେବାକୁ କହିବା ପରେ ପରେ ହିଁ ଆୟର ଆଜି ଏହି ବିକ୍ଷୋଭ ସ୍ଥଳ ଯାଇଥିଲେ।

ଆୟର ସେଠାରେ କହିଥିଲେ, “ଯାହାବି ବଳିଦାନ ଦେବାକୁ ପଡ଼ିବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି। ଏବେ ଦେଖିବା କିଏ ମଜଭୁତ। ଆମେ ନା ହତ୍ୟାକାରୀ।” ଏହି ମନ୍ତବ୍ୟ ପରେ ଏଥିରୁ ଓହରିବା ବଦଳରେ ସେ କହିଛନ୍ତି, ମୁଁ ଯାହା କହିବାର ଥିଲା କହିଛି। ତୁମ କ୍ୟାମେରା ଏସବୁକୁ ରେକର୍ଡ କରିଛି।

ଏହି ଆଇନ ମୁସଲିମ୍‌ ବିରୋଧୀ ନୁହେଁ ବୋଲି ସରକାରଙ୍କ ଯୁକ୍ତି ବାବଦରେ ମଧ୍ୟ ସେ ମତ ରଖିଥିଲେ। ସେ କହିଥିଲେ ସରକାର କ’ଣ କହୁଛନ୍ତି ମୋର କିଛି ଫରକ ପଡ଼ୁନି। ସୂଚନାଯୋଗ୍ୟ ଯେ, ଏହି ବିକ୍ଷୋଭସ୍ଥଳକୁ ପୂର୍ବରୁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଯାଇଥିଲେ।

Related story