ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ କିଏ ଲାଭବାନ ହୋଇଛି: ରାହୁଲ
ନୂଆଦିଲ୍ଲୀ: ଠିକ୍ ବର୍ଷେ ତଳେ, ୧୪ ଫେବୃଆରୀରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସିଆରପିଏଫ ଯବାନଙ୍କ ବସ ଉପରକୁ ଆତଙ୍କବାଦୀଙ୍କ ଆତ୍ମଘାତୀ କାର ଆସି ଧକ୍କା ଦେବା ଫଳରେ ୪୦ ଯବାନ ଶହୀଦ ହୋଇଥିଲେ। ଏବେ ଏହି ଘଟଣାକୁ ନେଇ ସାରା ଦେଶ ଏବେ ଶହୀଦ ଯବାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଉଛି। ଅନ୍ୟପଟେ ରାହୁଲ ଗାନ୍ଧି ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ତିନୋଟି ପ୍ରଶ୍ନ ପଚାରିଛନ୍ତି। ଯାହାକି ବିଜେପି ଉଦ୍ଦେଶ୍ୟରେ। ବିଜେପି ନେତା କପିଲ ମିଶ୍ରା ମଧ୍ୟ ଟୁଇଟ କରି ରାହୁଲ ଗାନ୍ଧିଙ୍କୁ କଡ଼ା ଜବାବ ଦେଇଛନ୍ତି।
ରାହୁଲ ଗାନ୍ଧି ପଚାରିଛନ୍ତି, ‘ଆକ୍ରମଣ ପରେ କିଏ ଅଧିକ ଲାଭବାନ ହୋଇଛି? ଏହି ଆକ୍ରମଣକୁ ନେଇ ହୋଇଥିବା ତଦନ୍ତରେ କ’ଣ ସାମ୍ନାକୁ ଆସିଛି? ବିଜେପି ସରକାର ବେଳେ ଏହି ଆକ୍ରମଣ ହୋଇଥିଲା, ସୁରକ୍ଷା ତ୍ରୁଟି ପାଇଁ କାହାକୁ ଦାୟୀ କରାଯିବ?
Today as we remember our 40 CRPF martyrs in the #PulwamaAttack , let us ask:
1. Who benefitted the most from the attack?
2. What is the outcome of the inquiry into the attack?
3. Who in the BJP Govt has yet been held accountable for the security lapses that allowed the attack? pic.twitter.com/KZLbdOkLK5
— Rahul Gandhi (@RahulGandhi) February 14, 2020
ରାହୁଲ ଗାନ୍ଧିଙ୍କ ଏହି ଟୁଇଟ୍ ଅନ୍ତିମ ସାଧାରଣ ନିର୍ବାଚନରେ ବିଜେପିର ବିଜୟୀକୁ ଆଖିରେ ରଖି କହିଥିବା ଜଣାପଡ଼ିଛି। କାରଣ ୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପି ପୁଲଓ୍ୱାମା, ଏୟାର ଷ୍ଟ୍ରାଇକ ଆଦିକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିଲା। ଯାହାକୁ ଦେଖି ଦେଶବାସୀ ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ଅଧିକ ଆସନରେ ବିଜୟୀ କରାଇଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦେଶର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ଯବାନଙ୍କୁ ଦେଶ କେବେ ଭୁଲିବନି ବୋଲି ସେ କହିଛନ୍ତି।
Tributes to the brave martyrs who lost their lives in the gruesome Pulwama attack last year. They were exceptional individuals who devoted their lives to serving and protecting our nation. India will never forget their martyrdom.
— Narendra Modi (@narendramodi) February 14, 2020
ରାହୁଲ ଗାନ୍ଧିଙ୍କ ଟୁଇଟକୁ ନେଇ ଏବେ ରାଜନୀତିକ ବାକ୍ ଯୁଦ୍ଧ ମଧ୍ୟ ତେଜିଛି। ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରା ଟୁଇଟ କରି କହିଛନ୍ତି, ‘ଲଜ୍ଜିତ ହୁଅ ରାହୁଲ ଗାନ୍ଧି। ପୁଲଓ୍ୱାମା ଆକ୍ରମଣରେ କିଏ ଲାଭବାନ ହୋଇଛି ବୋଲି ପଚାରୁଛ? ଯଦି ଦେଶ ପଚାରିବ ଇନ୍ଦିରା ଏବଂ ରାଜୀବଙ୍କ ହତ୍ୟା ପରେ କିଏ ଲାଭବାନ ହୋଇଛି, ତାହାଲେ କ’ଣ କହିବେ? ଏଭଳି ରାଜନୀତି କରାନଯାଉ’।
शर्म करो राहुल गांधी
पूछते हो पुलवामा हमले से किसका फायदा हुआ?
अगर देश ने पूछ लिया कि इंदिरा राजीव की हत्या से किसका फायदा हुआ , फिर क्या बोलोगे?
इतनी घटिया राजनीति मत करो
शर्म करो https://t.co/9C5AsNyMba
— Kapil Mishra (@KapilMishra_IND) February 14, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।