ମହାମହିମଙ୍କୁ କୁକୁର କହି ଫସିଗଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି ବିଏସ୍‌ ୟେଦୁରପ୍ପା। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ ଜେଡିଏସ୍‌ ନେତା କୁମାରସ୍ୱାମୀ। ତେବେ ବିଜେପିକୁ କ୍ଷମାତାରୁ ଦୂରେଇ ରଖିବାକୁ ଯେଉଁ ଯୋଜନା ହୋଇଥିଲା ସେସେବୁ ସଫଳ ହେବାପରେ ଏକ ପ୍ରକାର ଖୁସିରେ ଫାଟି ପଡିଛି କଂଗ୍ରେସ। ତେଣୁ ବିଜେପି ହଟିବାର ଠିକ୍‌ ପରେ ପରେ କଂଗ୍ରେସର ନେତା ଯେଉଁ ମତ ଦେଉଛନ୍ତି […]

sanjay-nirupam_1518086720

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 11:12 AM IST

ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି ବିଏସ୍‌ ୟେଦୁରପ୍ପା। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ ଜେଡିଏସ୍‌ ନେତା କୁମାରସ୍ୱାମୀ। ତେବେ ବିଜେପିକୁ କ୍ଷମାତାରୁ ଦୂରେଇ ରଖିବାକୁ ଯେଉଁ ଯୋଜନା ହୋଇଥିଲା ସେସେବୁ ସଫଳ ହେବାପରେ ଏକ ପ୍ରକାର ଖୁସିରେ ଫାଟି ପଡିଛି କଂଗ୍ରେସ। ତେଣୁ ବିଜେପି ହଟିବାର ଠିକ୍‌ ପରେ ପରେ କଂଗ୍ରେସର ନେତା ଯେଉଁ ମତ ଦେଉଛନ୍ତି ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହାଭିତରେ କଂଗ୍ରେସ ନେତାଏ କହୁ କହୁ ଏମିତି କିଛି କହୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ନାକେଦମ ହେବାକୁ ପଡୁଛି। ଏଇ ଯେମିତି କଂଗ୍ରେସ ନେତା ସଞ୍ଜୟ ନିରୂପମ, ଏକ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ମୁମ୍ବାଇ କଂଗ୍ରେସର ପ୍ରମୁଖ ନେତା ନିରୂପମ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ତୁଳନା ଏକ କୁକୁର ସହ କରିଛନ୍ତି। ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ସାମ୍ବିଧାନିକ ପଦରେ ଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସମାଲୋଚନା ଆଦୌ ସମୀଚୀନ ନୁହେଁ ବୋଲି କୁହାଯାଉଛି।

ଏକ ସମାଚାର ଏଜେନ୍ସିକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି "ବାଜୁଭାଇ ଦେଶରେ ବିଶ୍ୱସ୍ତ ହେବାର ଏକ ନୂଆ କୀର୍ତ୍ତିମାନ ସ୍ଥାପନା କରିଛନ୍ତି। ଏବେଠୁ ଦେଶର ସମସ୍ତ ଲୋକ ନିଜ କୁକୁର ନାଁ ବାଜୁଭାଇ ବାଲା ରଖିବେ। କାରଣ ତାଙ୍କଠୁ ଅଧିକ ବିଶ୍ୱସ୍ତ ଆଉ କେହି ନୁହେଁ।"

https://twitter.com/ANI/status/997817565882839041

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାଜୁଭାଇଙ୍କ ଘନିଷ୍ଠ ସମ୍ପର୍କ ଥିଲା। ଯାହାକୁ ଭିତ୍ତିକରି ନିରୂପମ ଏଭଳି ମନ୍ତବ୍ୟ ଦେଇଛନ୍ତି।

କିଛି ଲୋକ ତାଙ୍କର ଏହି ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୋସିଆଲ୍‌ ମିଡିଆରେ ଏହାକୁ ନେଇ ବଢୁଥିବା ଆଲୋଚନା, ସମାଲୋଚନାକୁ ଦେଖି ଶେଷରେ ସଞ୍ଜୟଙ୍କୁ ତାଙ୍କ ଭୁଲ୍‌ର ଅନୁଭବ ହୋଇଛି। ଟ୍ୱିଟ୍‌ କରି ସେ ଏଥିପାଇଁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି "ବାଜୁଭାଇ ବାଲା ଜଣେ ମଣିଷ, ମୁଁ ତାଙ୍କୁ କୁକୁର ସହ କେମିତି ତୁଳନା କହିପାରିବି। ହଁ, ସେ ଆନୁଗତ୍ୟ ଦେଖାଇବାରେ କୁକୁରକୁ ମଧ୍ୟ ପଛରେ ପକାଇଦେବେ। ତଥାପି ଯଦି ମୋ ଟିପ୍ପଣୀ ପସନ୍ଦ ଆସିନାହିଁ ତେବେ ସେଥିପାଇଁ ମୁଁ କ୍ଷମା ମାଗୁଛି।" ଏଥିସହ ନିରୂପମ କହିଛନ୍ତି କର୍ଣ୍ଣାଟର ରାଜ୍ୟପାଳଙ୍କୁ ମଧ୍ୟ କ୍ଷମା ମାଗିବା ଉଚିତ କାରଣ ସେ ଲୋକତନ୍ତ୍ରର ହତ୍ୟା କରିଛନ୍ତି।

Related story