ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା ଦରକାର।
ଏକ ସାକ୍ଷାତକାରରେ ଥରୁର କହିଛନ୍ତି, ପୁଣି ଥରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ନେବାପାଇଁ ରାହୁଲ ଗାନ୍ଧିଙ୍କ ନିକଟରେ ବିକଳ୍ପ ଥିଲା। କିନ୍ତୁ ସେ ଯଦି ନିଜର ପୂର୍ବ ନିଷ୍ପତ୍ତିରେ ଅଟଳ ରହୁଛନ୍ତି, ତାହାଲେ ଦଳକୁ ଏକ ‘ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ’ ଖୋଜିବାକୁ ହେବ। ଏହା ଦ୍ୱାରା ସାଂଗଠନିକ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ଏବଂ ଦେଶର ଆଶ ପୂରଣ ଦିଗରେ ଆଗକୁ ଯାଇପାରିବ।
ବିଜେପିର ବିଭାଜନକାରୀ ରାଜନୀତିର ବିକଳ୍ପ କେବଳ କଂଗ୍ରସ ବୋଲି କହିବା ସହ ସେ କହିଥିଲେ, ଆମର ବର୍ତ୍ତମାନ ଚିନ୍ତା ହେଉଛି ଲୋକେ ଭାବିବାକୁ ଆରମ୍ଭ କରିଛନ୍ତି ଏହି ଦଳ ଏକ ଭାସମାନ ସ୍ଥିତିରେ ଅଛି।