ନୂଆଦିଲ୍ଲୀ: ଶନିବାର କଂଗ୍ରେସ ସଂସଦୀୟ ଦଳ ବୈଠକ ବସିବ। ଲୋକସବାକୁ ନିର୍ବାଚିତ ହୋଇଥିବା ଦଳର ସାଂସଦ ଓ ରାଜ୍ୟସଭା ସାଂସଦ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ଏହି ବୈଠକରେ ଲୋକସଭାରେ କଂଗ୍ରେସ ଦଳର ନେତା କିଏ ହେବ ତାହା ସ୍ଥିର ହେବ ବୋଲି ଜଣାପଡ଼ିଛି।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦଳୀୟ ସାଂସଦଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏହି ଅବସରରେ ଉଦବୋଧନ ଦେବାର ସୂଚନା ରହିଛି।
ନବ ନିର୍ବାଚିତ ସାଂସଦ ମାନେ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ହେଲେ କୌଣସି କାରଣରୁ ଏହି ଭେଟଘାଟ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ରାହୁଲ। କଂଗ୍ରେସ ସଂସଦୀୟ ଦଳ ବୈଠକ ଅବସରରେ ପ୍ରଥମ ଥର ପାଇଁ ଦଳର ନବ ନିର୍ବାଚିତ ସାଂସଦଙ୍କ ସହ ରାହୁଲ ଓ ସୋନିଆ ଗାନ୍ଧିଙ୍କର ଦେଖା ସାକ୍ଷାତ ହେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ ମଧ୍ୟ କରିଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୁମ୍ବାଇ ମୁହାଁ ମହାୟୁତି ବିଧାୟକ
ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ମହାୟୁତି ସମସ୍ତ ବିଜୟୀ ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି।
National
ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ବେଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।