‘କଂଗ୍ରେସ ପାଇଁ ଦେଶ ଧର୍ମ ଆଧାରରେ ବିଭାଜନ ହୋଇଛି’

ନୂଆଦିଲ୍ଲୀ: ଲୋକସଭାରେ ବହୁ ଚର୍ଚ୍ଚିତ ସଂଶୋଧିତ ନାଗରିକତା ବିଧେୟକ ବିଲ୍ ଆଗତ ହେବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ବିଲ୍ ଆସିବା ସପକ୍ଷରେ ୨୯୩ଟି ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୮୨ଟି ଭୋଟ୍ ପଡ଼ିଥିଲା। ଲୋକସଭାରେ ଉପସ୍ଥିତ ଥିବା ମୋଟ ୩୭୫ ସାଂସଦଙ୍କୁ ନେଇ ଏହି ଭୋଟିଂ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଧେୟକ ଲୋକସଭାରେ ଉପସ୍ଥାପନ କରିବା ବେଳେ ବିରୋଧୀ ଅନେକ ହଙ୍ଗାମା କରିଥିଲେ। ମୁସଲିମଙ୍କୁ ଦେଶରୁ ହଟାଇବା ପାଇଁ ଏହି ବିଧେୟକ […]

CAB BILL PASSEED

CAB BILL PASSEED

Subhransu Sekhar
  • Published: Monday, 09 December 2019
  • Updated: 09 December 2019, 02:35 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ବହୁ ଚର୍ଚ୍ଚିତ ସଂଶୋଧିତ ନାଗରିକତା ବିଧେୟକ ବିଲ୍ ଆଗତ ହେବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ବିଲ୍ ଆସିବା ସପକ୍ଷରେ ୨୯୩ଟି ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୮୨ଟି ଭୋଟ୍ ପଡ଼ିଥିଲା। ଲୋକସଭାରେ ଉପସ୍ଥିତ ଥିବା ମୋଟ ୩୭୫ ସାଂସଦଙ୍କୁ ନେଇ ଏହି ଭୋଟିଂ ହୋଇଥିଲା।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଧେୟକ ଲୋକସଭାରେ ଉପସ୍ଥାପନ କରିବା ବେଳେ ବିରୋଧୀ ଅନେକ ହଙ୍ଗାମା କରିଥିଲେ। ମୁସଲିମଙ୍କୁ ଦେଶରୁ ହଟାଇବା ପାଇଁ ଏହି ବିଧେୟକ ସରକାର ଆଣିବାକୁ ଯାଉଛନ୍ତି ବୋଲି ବିରୋଧୀ କହିଥିଲେ। ଜବାବରେ ଅମିତ ଶାହ କହିଥିଲେ ଯେ, ଦେଶରେ ଥିବା ଅଳ୍ପ ସଂଖ୍ୟକଙ୍କ ବିରୋଧରେ ଏହି ବିଧେୟକ ଆସି ନାହିଁ।

ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ବିଲ୍ ଉପସ୍ଥାପନ ବେଳେ କହିଥିଲେ, କେନ୍ଦ୍ର ସରକାର ଏହି ବିଧେୟକ ଆଣି ଧାରା ୧୩ ଏବଂ ୧୪କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏହି ବିଧେୟକ ସମ୍ୱିଧାନର ଅନୁଚ୍ଛେଦ ୫, ୧୪ ଏବଂ ୧୫ର ମୂଳ ବିଚାରଧାରାର ବିରୋଧ ଅଟେ।

ଜବାବରେ ଶାହ କହିଥିଲେ, ଏହି ବିଧେୟକ ସମ୍ୱିଧାନର କୌଣସି ଅନୁଚ୍ଛେଦକୁ ଉଲ୍ଲଂଘନ କରୁନାହିଁ। ବିରୋଧୀ ଭାବୁଛନ୍ତି ଏହା ସମାନତା ଅଧିକାରକୁ କ୍ଷୁଣ୍ଣ କରିବ। ହେଲେ ଏହା ଭୁଲ୍ ଧାରଣା। ଇନ୍ଦିରା ଗାନ୍ଧି ମଧ୍ୟ ବାଂଲାଦେଶରୁ ଆସିଥିବା ଲୋକଙ୍କୁ ନାଗରିକ ମାନ୍ୟତା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ପାକିସ୍ତାନରୁ ଆସିଥିବା ଲୋକଙ୍କୁ ସେ କାହିଁକି ନାଗରିକତ୍ୱ ଦେଇନଥିଲେ ବୋଲି ବିରୋଧୀ କଂଗ୍ରେସକୁ ପ୍ରଶ୍ନ କରିଥିଲେ ଶାହ। ଧାରା ୧୪ ଆଧାରରେ ବାଂଲାଦେଶରୁ ଆସିଥିବା ଲୋକଙ୍କୁ ଇନ୍ଦିରା ସରକାର ନାଗରିକତ୍ୱ ଦେଇଥିଲେ ବୋଲି ସେ କହିଛନ୍ତି।

ସାରା ଦୁନିଆରେ ସମାନତା ଅଧିକାର ରହିଛି। ଆପଣମାନେ ଅନ୍ୟ ଦେଶକୁ ଗଲେ ସେଠିକାର ନାଗରିକତ୍ୱ ଗ୍ରହଣ କରିପାରିବେ କି? ହଁ, ଯେତେବେଳେ ସେମାନେ ଗ୍ରୀନ କାର୍ଡ ଦେବେ, ଗବେଷଣା, ପୁଞ୍ଜି ନିବେଶ ଆଦି କ୍ଷେତ୍ରରେ କାମ କରିବାକୁ ଜଣେ ଇଚ୍ଛା କଲେ ଅନ୍ୟ ଦେଶମାନେ ନଗରିକତ୍ୱ ଦେଉଛନ୍ତି। ଆଞ୍ଚଳିକ ଭେଦଭାବକୁ ଆଧାର କରି ଅନ୍ୟ ଦେଶରେ ମଧ୍ୟ ନାଗରିକତ୍ୱ ଦିଆଯାଉଛି ବୋଲି ଶାହ କହିଥିଲେ।

ଏହି ବିଧେୟକରେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କ ବାବଦରେ ଉଲ୍ଲେଖ ରହିଛି। ଏହି ତିନି ଦେଶ କିନ୍ତୁ ଇସଲାମ ଧର୍ମ ଅନୁଯାୟୀ ଗଠିତ। ଏହି ଦେଶରେ ଅଳ୍ପ ସଂଖ୍ୟକମାନଙ୍କ ବିରୋଧରେ ଅନେକ ଅତ୍ୟାଚାର ହୁଏ ବୋଲି ଶାହ କହିଛନ୍ତି।

ଏହି ବିଧେୟକରେ କୌଣସି ମୁସଲିମଙ୍କ ଅଧିକାର କ୍ଷୁଣ୍ଣ ହୋଇନି। ଅନେକ ଲୋକଙ୍କୁ ନାଗରିକତ୍ୱ ମିଳିଛି। ଯେଉଁମାନେ ପାଇ ନାହାନ୍ତି ସେମାନଙ୍କ ଆବେଦନ ପତ୍ରକୁ ଦେଖି ବିଚାର କରାଯିବ ବୋଲି ଶାହ କହିଛନ୍ତି। କଂଗ୍ରେସ ଏହି ଦେଶର ବିଭାଜନ ଧର୍ମ ଆଧାରରେ କରିଥିବାରୁ ଏହି ବିଧେୟକ ଆସିବା ଜରୁରୀ ଥିଲା ବୋଲି ଶାହ କହିଛନ୍ତି।

ଶାହ ଲୋକସଭାରେ ଏହି ବିଧେୟକ ସଂପର୍କୀତ ପ୍ରସ୍ତାବ ଆଗତ କରିବା ବେଳେ ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ଶାହଙ୍କୁ ଛିଗୁଲେଇ କହିଥିଲେ, ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଥମ ଥର ପାଇଁ ହୋଇଛନ୍ତି। ବୋଧହୁଏ ତାଙ୍କୁ ସମ୍ୱିଧାନର ନିୟମ ବାବଦରେ ଜଣା ନାହିଁ। ଆଜି ସମ୍ୱିଧାନ ସଙ୍କଟରେ। ଟିଏମସି ସାଂସଦଙ୍କ ଏହି ଜବାବ ପରେ ବିଜେପି ସାଂସଦମାନେ ତାଙ୍କୁ ଘେରିଥିଲେ। ଏହାପରେ ଲୋକସଭାରେ ହଂଗାମା ହୋଇଥିଲା।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ଆଗତ କରିବା ବେଳେ ବିରୋଧୀ ସାଂସଦମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଶାହଙ୍କୁ ପଚାରିଥିଲେ। ଜବାବରେ ଶାହ କହିଥିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ହେଲେ କେହି କକ୍ଷ ତ୍ୟାଗ କରନ୍ତୁ ନାହିଁ। ଯେତେବେଳେ ଗୃହରେ ମୁଁ ଏହି ପ୍ରସଙ୍ଗରେ ଆଲୋଚନା କରିବି ସେହି ସମୟରେ ମୋତେ ପ୍ରଶ୍ନ ପଚାରିବେ। ମୁଁ ସମସ୍ତଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ଦେବି ବୋଲି ସେ କହିଛନ୍ତି।

ଲୋକସଭାରେ ଶାସକ ଦଳ ଏନଡିଏର ବହୁମତ ଥିବାରୁ ଏହି ବିଧେୟକଟି ଗୃହୀତ ହେବାର ଅସୁବିଧା ହେବନି। ହେଲେ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବା ପାଇଁ ଏନ୍‌ଡିଏର ସଂଖ୍ୟା ନାହିଁ। କେତେକ ଅଣଏନଡିଏ ଦଳର ସମର୍ଥନ ହାସଲ କରି ସରକାର ରାଜ୍ୟସଭା ପ୍ରତିବନ୍ଧକ ଦୂର କରିବାକୁ ଉଦ୍ୟମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story