ଇଣ୍ଟରନେଟ ନାହିଁ, ତଥାପି ଆସାମବାସୀଙ୍କ ପାଇଁ ଟ୍ୱିଟ କଲେ ମୋଦି

ଗୌହାଟୀ: ବିବାଦୀୟ ସିଏବିକୁ ନେଇ ଉତ୍ତର ପୂର୍ବ ରାଜ୍ୟ ଆସାମରେ ତୀବ୍ର ହିଂସାକାଣ୍ଡ ଘଟିଛି। ଆସାମବାସୀ ଏହି ବିଲ ଯୋଗୁ ନିଜର ପରିଚୟ ହରାଇବେ ବୋଲି ଆଶଙ୍କା କରି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ସେମାନଙ୍କୁ ବୁଝାଇବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି। ହେଲେ ଆସାମରେ ଗତକାଲି ଠାରୁ ଇଣ୍ଟରନେଟ୍‌ ସେବା ନାହିଁ। ତେଣୁ ମୋଦିଙ୍କ ଟ୍ୱିଟ ଆସାମବାସୀ କେମିତି ଦେଖିବେ ବୋଲି କଂଗ୍ରେସ ସମେତ ଏକାଧିକ ଲୋକ ସୋଶାଲ ମିଡିଆରେ ପ୍ରଶ୍ନ କରିଛନ୍ତି। […]

dw

Hemant Lenka
  • Published: Thursday, 12 December 2019
  • , Updated: 12 December 2019, 04:38 PM IST

ଗୌହାଟୀ: ବିବାଦୀୟ ସିଏବିକୁ ନେଇ ଉତ୍ତର ପୂର୍ବ ରାଜ୍ୟ ଆସାମରେ ତୀବ୍ର ହିଂସାକାଣ୍ଡ ଘଟିଛି। ଆସାମବାସୀ ଏହି ବିଲ ଯୋଗୁ ନିଜର ପରିଚୟ ହରାଇବେ ବୋଲି ଆଶଙ୍କା କରି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ସେମାନଙ୍କୁ ବୁଝାଇବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି। ହେଲେ ଆସାମରେ ଗତକାଲି ଠାରୁ ଇଣ୍ଟରନେଟ୍‌ ସେବା ନାହିଁ। ତେଣୁ ମୋଦିଙ୍କ ଟ୍ୱିଟ ଆସାମବାସୀ କେମିତି ଦେଖିବେ ବୋଲି କଂଗ୍ରେସ ସମେତ ଏକାଧିକ ଲୋକ ସୋଶାଲ ମିଡିଆରେ ପ୍ରଶ୍ନ କରିଛନ୍ତି।

ଆଜି ମୋଦି ଟ୍ୱିଟ କରି କହିଛନ୍ତି, “ସିଏବି ସଂସଦରେ ଗୃହୀତ ହୋଇଛି। ଏହି ବିଲକୁ ନେଇ ଆସାମରେ ରହୁଥିବା ମୋ ଭାଇ ଓ ଉଭଣୀମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଆପଣମାନଙ୍କ ଅଧିକାର, ସ୍ୱତନ୍ତ୍ର ପରିଚୟ ଓ ସୁନ୍ଦର ସଂସ୍କୃତିକୁ କେହି ବି ଛଡ଼ାଇ ନେଇପାରିବେ ନାହିଁ। ଏହା ଆଗକୁ ରହିବ ଏବଂ ଅଧିକ କଡ଼ାକଡ଼ି ଭାବେ ପାଳନ କରାଯିବ।”

କଂଗ୍ରେସ ଏହି ଟ୍ୱିଟର ତାଚ୍ଛଲ୍ୟ ଭରା ଜବାବ ଦେଇଛି। କଂଗ୍ରେସ କହିଛି, “ଆସାମରେ ଥିବା ଆମ ମାନଙ୍କର ଭାଇ ଓ ଭଉଣୀମାନେ ଆପଣଙ୍କ ଆଶ୍ୱସ୍ତି ଭରା ବାର୍ତ୍ତାକୁ ପଢ଼ିପାରିବେନି ମୋଦିଜୀ। କାରଣ ଆପଣ ମେସେଜ କରିବା ପୂର୍ବରୁ ହିଁ ସେମାନଙ୍କ ଇଣ୍ଟରନେଟ୍ କାଟି ଦିଆଯାଇଛି।”

ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related story