ଛାତ୍ରଛାତ୍ରୀଙ୍କୁ ଋଣ ଦେବାରେ ମୋଦି ସରକାର ବିଫଳ: କଂଗ୍ରେସ 

ନୂଆଦିଲ୍ଲୀ: ମୋଦି ସରକାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ଦେବାରେ ଅନେକାଂଶରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦିଙ୍କ ପ୍ରଥମ ସରକାରରେ ୧ ଲକ୍ଷ ୪୪ ହଜାର ଛାତ୍ରଛାତ୍ରୀ ଶିକ୍ଷା ଋଣ ପାଇଁ ଆବେଦନ କରିଥିଲେ। କିନ୍ତୁ ମାତ୍ର ୪୨ ହଜାର ୭୦୦ ଜଣ ଏହି ଋଣ ପାଇବାରେ ସକ୍ଷମ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଟ୍ୱିଟ୍ କରି ଏପରି କହିଛନ୍ତି। କେବଳ ବିଦ୍ୟାଲକ୍ଷ୍ମୀ ଓ୍ୱେବ୍ ସାଇଟ୍ ମାଧ୍ୟମରେ ଯେଉଁ ଛାତ୍ରଛାତ୍ରୀ ଋଣ ପାଇଁ […]

randeep

Subhransu Sekhar
  • Published: Monday, 01 July 2019
  • , Updated: 01 July 2019, 03:56 PM IST

ନୂଆଦିଲ୍ଲୀ: ମୋଦି ସରକାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ଦେବାରେ ଅନେକାଂଶରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦିଙ୍କ ପ୍ରଥମ ସରକାରରେ ୧ ଲକ୍ଷ ୪୪ ହଜାର ଛାତ୍ରଛାତ୍ରୀ ଶିକ୍ଷା ଋଣ ପାଇଁ ଆବେଦନ କରିଥିଲେ। କିନ୍ତୁ ମାତ୍ର ୪୨ ହଜାର ୭୦୦ ଜଣ ଏହି ଋଣ ପାଇବାରେ ସକ୍ଷମ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଟ୍ୱିଟ୍ କରି ଏପରି କହିଛନ୍ତି।

କେବଳ ବିଦ୍ୟାଲକ୍ଷ୍ମୀ ଓ୍ୱେବ୍ ସାଇଟ୍ ମାଧ୍ୟମରେ ଯେଉଁ ଛାତ୍ରଛାତ୍ରୀ ଋଣ ପାଇଁ ଆବେଦନ କରିଛନ୍ତି, ସେଇମାନେ ହିଁ ଋଣ ପାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ଅଭିଯୋଗ କରିଛନ୍ତି। ଏହି ସରକାର କେବଳ ୧, ୦୫୬ ଜଣ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଶିକ୍ଷା ଋଣକୁ ସୀମିତ ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନିକଟରେ ମାନବ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଯେଉଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପାଇଁ ଋଣ ମାଗୁଛନ୍ତି, ସେମାନଙ୍କ ଯୋଗ୍ୟତାକୁ ଆହୁରି କଡ଼ାକଡ଼ି କରିଛି ଭାରତୀୟ ବ୍ୟାଙ୍କ୍ ସଂଘ। କେବଳ ୟୁଜିସି ମାନ୍ୟତା ପ୍ରାପ୍ତ ଏବଂ ନାକ୍ ସାର୍ଟିଫିକେଟ ପ୍ରାପ୍ତ କଲେଜ  ଛାତ୍ରଛାତ୍ରୀଙ୍କୁ  ଏହି ଋଣ ମିଳିବ ବୋଲି ପ୍ରକାଶ କରିଥିଲା।

Related story