ଚୀନ ରାଷ୍ଟ୍ରଦୂତଙ୍କୁ ଭେଟ ପ୍ରସଙ୍ଗ ନେଇ ହରଡ଼ଘଣାରେ ରାହୁଲ: ୟୁ ଟର୍ଣ୍ଣ ନେଲା କଂଗ୍ରେସ

ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରଦୂତଙ୍କ କ୍ରଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିବା ପ୍ରସଙ୍ଗକୁ ନେଇ ଭିନ୍ନ ମୋଡ଼। ଚୀନ ରାଷ୍ଟ୍ରଦୂତଙ୍କୁ ରାହୁଲ ଗାନ୍ଧୀ ଭେଟିବା ଅଭିଯୋଗକୁ ପ୍ରଥମେ କଂଗ୍ରେସ ଖଣ୍ଡନ କରିଥିବା ବେଳେ ଏବେ ମତ ବଦଳାଇଛି। କଂଗ୍ରେସ ମୁଖପାତ୍ର ରନ୍ଦିପ ସିଂ କହିଛନ୍ତି ଯେ, କେବଳ ଚୀନ ନୁହଁ ଭୁଟାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ରମ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚୀନ ରାଷ୍ଟ୍ରଦୂତକୁ ଭେଟିବା ମୁଖ୍ୟ […]

rahul-gandhi-1

Rakesh Mallick
  • Published: Monday, 10 July 2017
  • , Updated: 11 July 2017, 03:15 PM IST

ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରଦୂତଙ୍କ କ୍ରଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିବା ପ୍ରସଙ୍ଗକୁ ନେଇ ଭିନ୍ନ ମୋଡ଼। ଚୀନ ରାଷ୍ଟ୍ରଦୂତଙ୍କୁ ରାହୁଲ ଗାନ୍ଧୀ ଭେଟିବା ଅଭିଯୋଗକୁ ପ୍ରଥମେ କଂଗ୍ରେସ ଖଣ୍ଡନ କରିଥିବା ବେଳେ ଏବେ ମତ ବଦଳାଇଛି। କଂଗ୍ରେସ ମୁଖପାତ୍ର ରନ୍ଦିପ ସିଂ କହିଛନ୍ତି ଯେ, କେବଳ ଚୀନ ନୁହଁ ଭୁଟାନର ରାଷ୍ଟ୍ରଦୂତଙ୍କୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ରମ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଚୀନ ରାଷ୍ଟ୍ରଦୂତକୁ ଭେଟିବା ମୁଖ୍ୟ ପ୍ରସଙ୍ଗ ନୁହେଁ। କିନ୍ତୁ ଜି-୨୦ରେ ଚୀନ ରାଷ୍ଟ୍ରପତିଙ୍କ ସହ ଭେଟ ହୋଇଥିଲେ ମଧ୍ୟ ସୀମା ବିବାଦକୁ ନେଇ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ଉଠାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ଚୀନ ରାଷ୍ଟ୍ରଦୂତ ଲାଓ ଝାଓହୁଇଙ୍କୁ ରାହୁଲ ଗାନ୍ଧୀ ଭେଟିଥିବା ଅଭିଯୋଗ ହୋଇଥିଲା। ହେଲେ ଏହି ଖବର ମିଛ ବୋଲି କଂଗ୍ରେସ ମୁଖପାତ୍ର ରନ୍ଦିପ ସିଂ କହିଥିଲେ।

Related story