ଡେରାଡୁନ: ରାଜନୀତିରୁ ସନ୍ୟାସ ନେଇ ପାରନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ୍। ନିକଟରେ ସେ କଂଗ୍ରେସ ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାୱତ କହିଛନ୍ତି, ସେ ତାଙ୍କ ଇନିଂସ ଖେଳି ସାରିଛନ୍ତି ଏବଂ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ।
ତେବେ ଉତ୍ତରାଖଣ୍ଡର ଏକ ସ୍ଥାନୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ରାଓ୍ୱତ କହିଛନ୍ତି ଆଗାମୀ ଦିନରେ ପରିବାର ଓ ନିକଟତମ ବନ୍ଧୁଙ୍କ ସହିତ ତାଙ୍କର ଆଗାମୀ ଜୀବନ କଟିବ।
ସୂଚନାଯୋଗ୍ୟ, ରାଓ୍ୱତ ଲୋକସଭା ନିର୍ବାଚନ ବେଳେ ଆସାମ କଂଗ୍ରେସ ଦାୟିତ୍ୱରେ ଥିଲେ। କିନ୍ତୁ ଆସାମରେ କଂଗ୍ରେସ ବିଜେପି ପାଖରୁ ଶୋଚନୀୟ ପରାଜୟ ବରଣ କରିଛି। ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ସେ ଗତ ୩ ତାରିଖ ଦିନ ଦଳର ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେବା କଥା କହିଥିଲେ।
ଦଳ ପରାଜୟ ବରଣ କରିବା ପରେ ସେ ଆସାମ, ହିମାଚଳ ପ୍ରଦେଶ, ତାମିଲନାଡ଼ୁ ଓ କର୍ଣ୍ଣାଟକା ଭଳି ରାଜ୍ୟ ବୁଲି ଦଳର ବିଫଳତା ବାବଦରେ ସମୀକ୍ଷା କରିଥିବା କହିଛନ୍ତି।