କଂଗ୍ରେସର ବିଧାୟକ ଦଳ ବୈଠକରେ ପ୍ରବଳ ମାରପିଟ୍‌

ପାଟନା: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ କିଛି ବି ଏଥିରୁ ଶିଖି ନଥିବା ପରି ମନେ ହେଉଛି। କଂଗ୍ରେସ ପକ୍ଷରୁ ବିହାରର ନବନିର୍ବାଚିତ ସଦସ୍ୟଙ୍କୁ ନେଇ ବୈଠକ ହୋଇଥିଲା। ତେବେ ପାଟନାରେ ବସିଥିବା ଏହି ବୈଠକରେ ଦଳୀୟ ନେତା ଓ ବିଧାୟକ ହାତାହାତି ହୋଇଛନ୍ତି। କଂଗ୍ରେସର ବିଧାୟକ ଦଳର ନେତା କିଏ ହେବ, ତା’କୁ ନେଇ ପ୍ରବଳ ମାରପିଟ୍‌ ହୋଇଥିବା ଜଣାପଡ଼ିଛି। ଏପରି କି ବିଧାୟକ ବିଜୟ ଶଙ୍କର ଦୁବେଙ୍କୁ ବୈଠକ […]

fd

Hemant Lenka
  • Published: Friday, 13 November 2020
  • , Updated: 13 November 2020, 06:27 PM IST

ପାଟନା: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ କିଛି ବି ଏଥିରୁ ଶିଖି ନଥିବା ପରି ମନେ ହେଉଛି। କଂଗ୍ରେସ ପକ୍ଷରୁ ବିହାରର ନବନିର୍ବାଚିତ ସଦସ୍ୟଙ୍କୁ ନେଇ ବୈଠକ ହୋଇଥିଲା। ତେବେ ପାଟନାରେ ବସିଥିବା ଏହି ବୈଠକରେ ଦଳୀୟ ନେତା ଓ ବିଧାୟକ ହାତାହାତି ହୋଇଛନ୍ତି।

କଂଗ୍ରେସର ବିଧାୟକ ଦଳର ନେତା କିଏ ହେବ, ତା’କୁ ନେଇ ପ୍ରବଳ ମାରପିଟ୍‌ ହୋଇଥିବା ଜଣାପଡ଼ିଛି। ଏପରି କି ବିଧାୟକ ବିଜୟ ଶଙ୍କର ଦୁବେଙ୍କୁ ବୈଠକ ବେଳେ କିଛି ନେତା ଚୋର ବୋଲି କହି ମଧ୍ୟ ସମ୍ବୋଧନ କରିଛନ୍ତି। ବିହାର ବିଧାନସଭା ନିର୍ବାଚନର ରେଜଲ୍ଟ ବାହାରିବା ପରେ ଆଜି ପାଟନାରେ ଥିବା କଂଗ୍ରେସ ମୁଖ୍ୟାଳୟ ସଦାକତ ଆଶ୍ରମରେ ନବନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ବସିଥିଲା।

ହେଲେ ବୈଠକ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ମାରପିଟ୍‌ ଆଡ଼କୁ କଥା ଯାଇଥିଲା। ବିଧାୟକ ବିଜୟ ଶଙ୍କର ଦୁବେ ଓ ସିଦ୍ଧାର୍ଥଙ୍କ ମଧ୍ୟରେ କିଏ କଂଗ୍ରେସ ବିଧାୟକ ଦଳର ନେତା ହେବେ, ତା’କୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। କିଛି ଲୋକ ବିଜୟ ଶଙ୍କରଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ସିଦ୍ଧାର୍ଥଙ୍କୁ ସପକ୍ଷରେ ମତ ଦେଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା।

Related story