ଅମିତ ଶାହାଙ୍କୁ କରୋନା ସ୍ଥିତି ବାବଦରେ ଅବଗତ କରାଇଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହା ସଂକ୍ରମଣ ପ୍ରସଙ୍ଗରେ ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବାଇଜଲଙ୍କ ସହିତ ବୈଠକ କରିଛନ୍ତି। ଗୃହମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିଡିଓ କନଫରେନସିଂ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଅନୀଲ ବାଇଜଲ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ […]

amit-shah-meeting-cm-lg (1)

Subhransu Sekhar
  • Published: Sunday, 21 June 2020
  • , Updated: 21 June 2020, 10:45 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହା ସଂକ୍ରମଣ ପ୍ରସଙ୍ଗରେ ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବାଇଜଲଙ୍କ ସହିତ ବୈଠକ କରିଛନ୍ତି।

ଗୃହମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିଡିଓ କନଫରେନସିଂ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଅନୀଲ ବାଇଜଲ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ।

ଅମିତ ଶାହ ଏହି ବୈଠକରେ ଦିଲ୍ଲୀର କରୋନା ସ୍ଥିତି ବାବଦରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ସରକାର ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ ବାବଦରେ ଶାହଙ୍କୁ ଅବଗତ କରାଇଥିଲେ। ତେବେ ଯେଉଁମାନେ ଚିହ୍ନଟ ହୋଇଛନ୍ତି ସେମାନେ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ବାବଦରେ କିଭଳି ଶୀଘ୍ର ଜାଣି ହେବ ସେ ବାବଦରେ ଗୁରୁତ୍ୱ ଦେବାକୁ ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କୁ କହିଥିବା ସୂଚନା ରହିଛି।

ଦିଲ୍ଲୀରେ ଏବେ ୩୦୦୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ ସଂଖ୍ୟା ୫୯,୭୪୬ ହୋଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୬୩ ଜଣ ମୃତ୍ୟୁ ବରଣ କରିବା ପରେ ଆଜି ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୧୭୫ କୁ ବୃଦ୍ଧି ପାଇଛି। ସେହିପରି ଏଯାବତ ୩୩,୦୧୩ ଜଣ ଆରୋଗ୍ୟ ହୋଇଛନ୍ତି।

Related story