କର୍ଣ୍ଣାଟକରେ କିଏ ଚଲାଉଛି ସରକାର? କୁମାରସ୍ୱାମୀଙ୍କ ଉତ୍ତରରେ ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ନ ହେଲେ କ’ଣ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏମିତି ମନ୍ତବ୍ୟ ଦେଇଥାନ୍ତେ? ବହୁ ତୁମ୍ବି ତଓଫାନ ପରେ କର୍ଣ୍ଣାଟକ ରାଜନୀତି ଭିନ୍ନ ମୋଡ଼ ନେଇଛି। ବିଜେପି ସରକାର ଭାଙ୍ଗିଲା ପରେ ଗଢ଼ା ହୋଇଛି ମେଣ୍ଟ ସରକାର। ଏମିତି ସ୍ଥିତିରେ ଏବେ କିନ୍ତୁ ମେଣ୍ଟରେ ଦିଶିଲାଣି ଫାଟ। ଭୋଟ ପାଇଁ ଦଳ ସରକାର ଗଢ଼ିଲେ ସବୁବେଳେ ଶ୍ରେୟ ଜନତାଙ୍କୁ ଯାଉଥିବା ବେଳେ ଏଠି ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ଗାଦି ହାତେଇଥିବା […]

kumarswami

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 02:58 PM IST

ନୂଆଦିଲ୍ଲୀ: ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ନ ହେଲେ କ’ଣ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏମିତି ମନ୍ତବ୍ୟ ଦେଇଥାନ୍ତେ? ବହୁ ତୁମ୍ବି ତଓଫାନ ପରେ କର୍ଣ୍ଣାଟକ ରାଜନୀତି ଭିନ୍ନ ମୋଡ଼ ନେଇଛି। ବିଜେପି ସରକାର ଭାଙ୍ଗିଲା ପରେ ଗଢ଼ା ହୋଇଛି ମେଣ୍ଟ ସରକାର। ଏମିତି ସ୍ଥିତିରେ ଏବେ କିନ୍ତୁ ମେଣ୍ଟରେ ଦିଶିଲାଣି ଫାଟ। ଭୋଟ ପାଇଁ ଦଳ ସରକାର ଗଢ଼ିଲେ ସବୁବେଳେ ଶ୍ରେୟ ଜନତାଙ୍କୁ ଯାଉଥିବା ବେଳେ ଏଠି ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ଗାଦି ହାତେଇଥିବା କୁମାରସ୍ୱାମୀ ବଙ୍କେଇ ତେଢ଼େଇ କଥାଟିଏ କହିଛନ୍ତି। ତାଙ୍କ ମତରେ ଜନତା ନୁହେଁ ବରଂ କଂଗ୍ରେସର ଦୟାରୁ ସେ କୁଆଡ଼େ ସରକାର ଗଢିଛନ୍ତି।

ଗତକାଲି ଗଣମାଧ୍ୟମ ସହ କଥାବାର୍ତ୍ତା ହେଲାବେଳେ କୁମାରସ୍ୱାମୀ କହିଛନ୍ତି ଯେ ନିର୍ବାଚନ ସମୟରେ ଜେଡିଏସ୍ ପୂର୍ଣ୍ଣ ଜନାଦେଶ ମାଗିଥିଲା। ହେଲେ ତାହା ମିଳିଲା ନାହିଁ। ସେଥିପାଇଁ ତାଙ୍କୁ ସରକାର ଗଢ଼ିବା ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ପଡ଼ିଲା।

କୁମାରସ୍ୱାମୀ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭାବେ ଜନତାଙ୍କ ଚାପରେ ରହି କାମ କରିବାକୁ ଚାହୁଁଥିଲେ। ମାତ୍ର ପୂର୍ଣ୍ଣ ଜନାଦେଶ ନ ମିଳିବାରୁ ଏବେ ତାଙ୍କୁ କଂଗ୍ରେସର ଚାପରେ ରହିବାକୁ ପଡ଼ୁଛି। କୁମାରସ୍ୱାମୀଙ୍କ କହିବା ଅନୁଯାୟୀ କଂଗ୍ରେସର ଦୟାରେ କୁଆଡ଼େ କର୍ଣ୍ଣାଟକ ସରକାର ଗଢ଼ାହୋଇଛି। ତେଣୁ ସେ ଏବେ ରାଜ୍ୟର ୬.୫ କୋଟି ଜନତାଙ୍କ ଚାପରେ ନୁହେଁ ବରଂ ଦୟାବାନ୍‌ କଂଗ୍ରେସ୍‌ର ଚାପରେ।

ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ବି ପୂରିନି, ମାତ୍ର ଏବେଠୁ କୁମାରସ୍ୱାମୀ ସ୍ୱର ବଦଳିଲେଣି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କୁମାରସ୍ୱାମୀଙ୍କ ଏଭଳି ବୟାନ ମେଣ୍ଟ ସରକାରକୁ ଭାଙ୍ଗିଦେବନି ତ?

ଏତିକିରେ କୁମାରସ୍ୱାମୀଙ୍କ ବୟାନବାଜି ସରିନାହିଁ। ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ଲାଗି ଦିଲ୍ଲୀ ଯିବା ପୂର୍ବରୁ ସେ ପୁଣିଥରେ କୃଷି ଋଣ ଛାଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କୃଷି ଋଣ ଛାଡ଼ କରିବା ତାଙ୍କର ପ୍ରାଥମିକତା। ତେଣୁ ଯଦି ଏଥିରେ ବିଫଳ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ ବୋଲି ରାଜ୍ୟବାସୀଙ୍କୁ ବିଶ୍ୱାସ ଦେଇଛନ୍ତି।

‘କଂଗ୍ରେସ ଦୟାରେ ଗଢ଼ା ହୋଇଛି ସରକାର’, ‘ଜନତାଙ୍କ ଚାପରେ ନୁହଁ କଂଗ୍ରେସର ଚାପରେ’, ‘କୃଷି ଋଣ ଛାଡ଼ ନ ହେଲେ ଇସ୍ତଫା ଦେବି’ ଏସବୁ ବୟାନରୁ ଏକ ଝାପସା ପ୍ରଶ୍ନଟିଏ ଉଙ୍କି ମାରୁଛି ଯେ କୃଷି ଋଣ ଛାଡ଼ ପ୍ରସଙ୍ଗରେ କଂଗ୍ରେସ କ’ଣ ଜେଡିଏସ୍ ସହ ଏକମତ ନୁହେଁ କି?

Related story