ଜାଫରାବାଦରେ ସିଏଏ ବିରୋଧୀ ନିଆଁ, ଜଣେ ପୁୁଲିସ କର୍ମୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା ଦେଖିବାକୁ ମିଳିଛି। ଗୋକୁଲପୁରୀରେ ଆନ୍ଦୋଳନକାରୀଙ୍କୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୁଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏହାବାଦ ଜଣେ ଡିସିପି ଏବଂ ପୁଲିସ କର୍ମୀ ଆହତ ହୋଇଛନ୍ତି। ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିଥିବାରୁ ସ୍ଥାନୀୟ ଲୋକେ […]

delhi caa

Subhransu Sekhar
  • Published: Monday, 24 February 2020
  • , Updated: 24 February 2020, 04:36 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା ଦେଖିବାକୁ ମିଳିଛି। ଗୋକୁଲପୁରୀରେ ଆନ୍ଦୋଳନକାରୀଙ୍କୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୁଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏହାବାଦ ଜଣେ ଡିସିପି ଏବଂ ପୁଲିସ କର୍ମୀ ଆହତ ହୋଇଛନ୍ତି। ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଉଭୟ ଆନ୍ଦୋଳନକାରୀ ଏବଂ ସ୍ଥାନୀୟ ଲୋକେ ମୁହାଁମୁହିଁ ହେବା ପରେ ସ୍ଥିତି ଅଣାୟତ୍ତ ହୋଇଛି।

ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ୧୦ଟି ସ୍ଥାନରେ ଏବେ ଧାରା ୧୪୪ ଲାଗୁ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଟୁଇଟ୍ କରି ଶାନ୍ତି ବଜାୟୀ ରଖିବାକୁ ଆହ୍ୱାନ କରିଛନ୍ତି। ଉପରାଜ୍ୟପାଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଆଇନ ବ୍ୟବସ୍ଥା ଠିକ୍ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

https://twitter.com/ArvindKejriwal/status/1231879205773697024

ଅନ୍ୟପଟେ ବଜିରାବାଦ ରୋଡରେ ଥିବା ଚାନ୍ଦବାଗରେ ମଧ୍ୟ ଭଙ୍ଗାରୁଜା ହୋଇଛି। ଏହି ସମୟରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିବା ଜଣାପଡ଼ିଛି। ସ୍ଥିତି ଅଣାୟତ ହେବା ପରେ ପୁଲିସ ଟିୟର ଗ୍ୟାସ ଗୁଳି ଫାଇରିଂ କରିଛି। ଏବେ ସ୍ଥିତି ଆୟତ୍ୱାଧୀନ ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ କରି ଆନ୍ଦୋଳନର ଡାକରା ଦେଇଛନ୍ତି। ଏହାପରେ ଜାଫରାବାଦ ମେଟ୍ରୋ ଷ୍ଟେସନରୁ ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ କରି ଦେଇଛି ଦିଲ୍ଲୀ ମେଟ୍ରୋ। ଲୋକଙ୍କ ଭିଡକୁ ଦେଖି ବ୍ୟାପକ ପୁଲିସ ମୁତ୍ତୟନ କରାଯାଇଛି।

Related story