ସାର୍ପଶୁଟର୍‌ରୁ ଶସ୍ତା ମଣିଷ ! ୧୫ ବର୍ଷ ପରେ ଯେବେ ଭେଟନ୍ତି ଡିଏସପି ବନ୍ଧୁ...

ଗ୍ୱାଲିୟର: ଦିନଥିଲେ ସାର୍ପଶୁଟର ଓ ପୁଲିସ୍‌ ଇନସପେକ୍ଟର। ତାଙ୍କ ଛାଇ ପଡ଼ିଲେ ଅପରାଧୀଙ୍କ ଛାତିରେ ପଶିଯାଏ ଛନକା। ନା ଶୁଣିଲେ ଆଖପାଖ ଅଞ୍ଚଳ ଥରହର ହୋଇ ଉଠେ। ଦବଙ୍ଗ ଷ୍ଟାଇଲରେ ଆସନ୍ତି ଆଉ ବେଫିକର ହୋଇ ଆକ୍ସନ ନିଅନ୍ତି। ହେଲେ ସମୟ ସୁଅରେ ବଦଳି ଯାଇଛି ପରିଚୟ। ଏବେ ତାଙ୍କ ଦେହରେ ସେ ଖାକି ବର୍ଦି ନାହିଁ କି ବନ୍ଧୁକ ବି ଗର୍ଜୁନି। ସମୟ ତାଙ୍କୁ ସଜାଇ ଦେଖିଛି ଶସ୍ତା ମଣିଷ। ଏବେ ସେ ଜଣେ ପାଗଳ […]

fgh

Hemant Lenka
  • Published: Saturday, 14 November 2020
  • , Updated: 15 November 2020, 07:35 AM IST

ଗ୍ୱାଲିୟର: ଦିନଥିଲେ ସାର୍ପଶୁଟର ଓ ପୁଲିସ୍‌ ଇନସପେକ୍ଟର। ତାଙ୍କ ଛାଇ ପଡ଼ିଲେ ଅପରାଧୀଙ୍କ ଛାତିରେ ପଶିଯାଏ ଛନକା। ନା ଶୁଣିଲେ ଆଖପାଖ ଅଞ୍ଚଳ ଥରହର ହୋଇ ଉଠେ। ଦବଙ୍ଗ ଷ୍ଟାଇଲରେ ଆସନ୍ତି ଆଉ ବେଫିକର ହୋଇ ଆକ୍ସନ ନିଅନ୍ତି। ହେଲେ ସମୟ ସୁଅରେ ବଦଳି ଯାଇଛି ପରିଚୟ। ଏବେ ତାଙ୍କ ଦେହରେ ସେ ଖାକି ବର୍ଦି ନାହିଁ କି ବନ୍ଧୁକ ବି ଗର୍ଜୁନି। ସମୟ ତାଙ୍କୁ ସଜାଇ ଦେଖିଛି ଶସ୍ତା ମଣିଷ। ଏବେ ସେ ଜଣେ ପାଗଳ ପ୍ରାୟ ଭିକାରୀ। ରାସ୍ତା କଡ଼ରେ ଥିବା ଅଳିଆ ଗଦାରୁ ଖାଦ୍ୟ ଅନ୍ୱେଷଣ କରୁଛନ୍ତି। ମୁହଁରେ ମେଞ୍ଚା ମେଞ୍ଚା ଦାଢ଼ି ଓ ମୁଣ୍ଡରେ ଅସଜଡ଼ା ଚୁଟି। ତଥାପି ସେ ବଞ୍ଚିବାର ରାହା ଖୋଜୁଛନ୍ତି।

ଏହା ଆପଣଙ୍କୁ କୌଣସି ଫିଲ୍ମର ଚରିତ୍ର ପରି ଲାଗୁଥିବ। ହେଲେ ଆମେ ଏଠି ୧୫ ବର୍ଷ ତଳେ ନିଖୋଜ ହୋଇ ଯାଇଥିବା ଇନସପେକ୍ଟର ମନୀଷ ମିଶ୍ରଙ୍କ କଥା କହୁଛୁ। ମଧ୍ୟପ୍ରଦେଶ ଗ୍ୱାଲିୟର ରାସ୍ତାରେ ମନୀଷ ଜଣେ ଭିକାରଙ୍କ ଭଳି ବୁଲୁଥିବା ବେଳେ ତାଙ୍କୁ ତାଙ୍କର ଦୁଇ ଜଣ ବନ୍ଧୁ ଠାବ କରିଛନ୍ତି। ମନୀଷଙ୍କ ଏଭଳି ଅବସ୍ଥା ଦେଖି ସେମାନଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିଥିଲା।

ମଙ୍ଗଳବାର ରାତିରେ ଡେପୁଟି ଏସ୍‌ପି ରତନେଶ ସିଂହ ତୋମାର ଓ ତାଙ୍କ ବନ୍ଧୁ ବିଜୟ ସିଂହ ବାହାଦୂର ଗ୍ୱାଲିୟର ସ୍ଥିତ ଏକ ବାହାଘର ପାର୍ଟିକୁ ଗାଡ଼ି ନେଇ ଯାଉଥିଲେ। ଏହି ସମୟରେ ରାସ୍ତା କଡ଼ରେ ଖାଦ୍ୟ ପାଇଁ ବୁଲୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ସେମାନଙ୍କ ନଜର ପଡ଼ିଥିଲା। ଖାଲି ଦେହରେ ଚର୍ମ ଧୁଡ଼ଧୁଡ଼ ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ଦେଖି ତୋମାର ଓ ବାହାଦୂର ଅଟକି ଯାଇଥିଲେ। ତୋମାର ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ଜ୍ୟାକେଟ ଅଫର କରିଥିଲେ।

ଖାଦ୍ୟ ଅନ୍ୱେଷଣ କରୁଥିବା ବ୍ୟକ୍ତି ଜଣଙ୍କ ଉଭୟଙ୍କୁ ଦେଖି କିଛି ସମୟ ଅଟକି ଯାଇଥିଲେ। ତାଙ୍କ ମୁହଁରୁ ହଠାତ୍‌ ବାହାରିଥିଲା ଆପଣ ତୋମାର ନା। ଏହାଶୁଣି ଦୁଇ ବନ୍ଧୁଙ୍କ ଆଖିରୁ ଟପଟପ ଲୁହ ଝରି ପଡ଼ିଥିଲା। କାରଣ ରାସ୍ତା କଡ଼ରେ ଭିକାରୀଙ୍କ ଭଳି ବୁଲୁଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି, ସେମାନଙ୍କ ପୁରୁଣା ସାଥୀ ମନୀଷ ମିଶ୍ର। ୧୫ ବର୍ଷ ପରେ ସେମାନେ ମନୀଷଙ୍କୁ ଏଭଳି ଅବସ୍ଥାରେ ଦେଖି ପୂରା ତାଜୁବ ହୋଇଯାଇଥିଲେ।

୨୦୦୫ରେ ମନୀଷ ମିଶ୍ର ଦାତିଆରେ ଇନସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ମନୀଷ ଜଣେ ଭଲ ଆଥଲେଟ୍‌ ଓ ସାର୍ଫ ଶୁଟର ଥିଲେ। ୧୯୯୯ ମସିହାରେ ବାହାଦୂର ଓ ତୋମାରଙ୍କ ସହ ସେ ପୁଲିସ୍‌ ଚାକିରି ଆରମ୍ଭ କରିଥିଲେ। ପୁଲିସ୍‌ ଚାକିରି କରିବାର କିଛି ବର୍ଷ ଯାଏ ସବୁ କିଛି ଠିକଠାକ ଚାଲିଥିଲା। ହେଲେ ହଠାତ୍‌ ତାଙ୍କର ମାନସିକ ରୋଗ ବାହାରିଥିଲା। ପରିବାର ଲୋକ ତାଙ୍କର ଚିକିତ୍ସା ମଧ୍ୟ କରାଇଥିଲେ।

କିନ୍ତୁ ଗୋଟିଏ ଦିନ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ତାଙ୍କ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କିଛି ବି ଟେର ମିଳି ନଥିଲା। ଏବେ ଦୀର୍ଘ ୧୫ ବର୍ଷ ପରେ ତାଙ୍କର ପତ୍ତା ମିଳିଛି।

ଶ୍ରୀ ମିଶ୍ରଙ୍କୁ ଉଦ୍ଧାର କରି ତୋମାର ଓ ବାହାଦୂର ଗୋଟିଏ ଶେଲଟର ହୋମକୁ ନେଇଥିଲେ। ତାଙ୍କର ସମସ୍ତ ଚିକିତ୍ସା ଉଭୟ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଶ୍ରୀ ତୋମାର ବର୍ତ୍ତମାନ ଗ୍ୱାଲିୟର କ୍ରାଇମବ୍ରାଞ୍ଚର ଡିଏସପି। ସେ କହିଛନ୍ତି, ମିଶ୍ର ନିଖୋଜ ହେବାକୁ ୧୫ ବର୍ଷ ବିତି ଯାଇଛି। ଆଜି ଯାଏ ସେ କେଉଁଠି ଥିଲେ, ତା’ର ଖବର କାହା ପାଖରେ ନଥିଲେ। ଏବେ ଆମେ ତାଙ୍କୁ ରାସ୍ତା କଡ଼ରୁ ଠାବ କରିଛୁ। ସେ ଆମ ବନ୍ଧୁ ଭାବେ କାର୍ଯ୍ୟ କରିଥିଲେ। ହେଲେ ଆଜି ତାଙ୍କ ଅବସ୍ଥା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ।

Related story