ତୃତୀୟ ସନ୍ଦିଗ୍ଧ ସନ୍ଧାନରେ ପୁଲିସ, ରିମାଣ୍ଡରେ ସତ ଓଗାଳିବେ ଦୁଇ ଆତଙ୍କୀ !

ନୂଆଦିଲ୍ଲୀ: ସୋମବାର ରାତିରେ ଦିଲ୍ଲୀରୁ ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ଶୁକ୍ରବାର ଦିଲ୍ଲୀ ପୁଲିସ ଏମାନଙ୍କୁ ପଟିଆଲା କୋର୍ଟରେ ହାଜର କରିଥିଲା। ଏହାପରେ ପୁଲିସ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା। ପୁଲିସ ଏବେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଥିବା ସୂଚନା ରହିଛି। ଗିରଫ ଦୁଇ ସନ୍ଦିଗ୍ଧଙ୍କ ମୋବାଇଲ ହିଷ୍ଟ୍ରିକୁ ଯାଞ୍ଚ କରିଛି ପୁଲିସ। ଯେଉଁଥିରୁ ଏହି ଦୁଇ ଆତଙ୍କବାଦୀଙ୍କ ସହ ଆଉ ଜଣେ ସାମିଲ୍ ଥିବା ପୁଲିସ ଆଶଙ୍କା […]

jaish_delhi_terror

Subhransu Sekhar
  • Published: Friday, 20 November 2020
  • , Updated: 20 November 2020, 05:42 PM IST

ନୂଆଦିଲ୍ଲୀ: ସୋମବାର ରାତିରେ ଦିଲ୍ଲୀରୁ ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ଶୁକ୍ରବାର ଦିଲ୍ଲୀ ପୁଲିସ ଏମାନଙ୍କୁ ପଟିଆଲା କୋର୍ଟରେ ହାଜର କରିଥିଲା। ଏହାପରେ ପୁଲିସ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା। ପୁଲିସ ଏବେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଥିବା ସୂଚନା ରହିଛି।

ଗିରଫ ଦୁଇ ସନ୍ଦିଗ୍ଧଙ୍କ ମୋବାଇଲ ହିଷ୍ଟ୍ରିକୁ ଯାଞ୍ଚ କରିଛି ପୁଲିସ। ଯେଉଁଥିରୁ ଏହି ଦୁଇ ଆତଙ୍କବାଦୀଙ୍କ ସହ ଆଉ ଜଣେ ସାମିଲ୍ ଥିବା ପୁଲିସ ଆଶଙ୍କା କରିଛି। ଏମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଲିଙ୍କରେ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଲତିଫ୍ ଏବଂ ଅସରଫକୁ ୧୬ ତାରିଖ ଦିନ ମିଲେନିୟମ ପାର୍କରୁ ପୁଲିସ ଗିରଫ କରିଥିଲା। ଏମାନେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଆକ୍ରମଣ କରି ପାକିସ୍ତାନ ପଳାଇବାକୁ ଯୋଜନା କରିଥିଲେ ବୋଲି ସୂଚନା ରହିଛି।

ଅବଦୁଲ ଲତିଫ ମିର (୨୨) ବରମୁଲ୍ଲା ଜିଲ୍ଲାର ଡୋରୁ ଗାଁ ବାସିନ୍ଦା ଏବଂ ମୋହଦ୍ ଆଶରଫ ଖତାନା (୨୦) କୁପୱାଡ଼ା ଜିଲ୍ଲାର ହାଟ ମୁଲ୍ଲା ଗ୍ରାମ ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନେ ସୀମା ପାର ହୋଇ ପାକିସ୍ତାନ ଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

Related story