କରୋନା ପାଇଁ କ୍ଷତିରେ OYO ହୋଟେଲ, ଛଟେଇ କରିବ କର୍ମଚାରୀ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଏବେ ଧନଘାତୀ ହୋଇଛି। ଚୀନର ଉହାନରୁ ବ୍ୟାପିଥିବା ଏହି କରୋନା ଭାଇରସର ପ୍ରଭାବ ବ୍ୟବସାୟରେ ମଧ୍ୟ ପଡ଼ିଛି। OYO ହୋଟେଲର ବ୍ୟବସାୟ ଏବେ କରୋନା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛି। ବ୍ୟବସାୟ ମାନ୍ଦା ହେବା ଫଳରେ କମ୍ପାନୀ ୫୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଛି। ଭାରତ, ଆମେରିକା ଏବଂ ଚାଇନାରେ ଥିବା ନିଜ ହୋଟେଲ କର୍ମଚାରୀଙ୍କ ଛଟେଇ କରିବ ବୋଲି ନିଷ୍ପତ୍ତି ନେଇଛି। OYO ୫,୦୦୦ କର୍ମଚାରୀଙ୍କୁ ଚାକିରିରୁ ହଟାଇବା […]

OYO HOTEL

Subhransu Sekhar
  • Published: Thursday, 05 March 2020
  • , Updated: 05 March 2020, 07:02 PM IST

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଏବେ ଧନଘାତୀ ହୋଇଛି। ଚୀନର ଉହାନରୁ ବ୍ୟାପିଥିବା ଏହି କରୋନା ଭାଇରସର ପ୍ରଭାବ ବ୍ୟବସାୟରେ ମଧ୍ୟ ପଡ଼ିଛି। OYO ହୋଟେଲର ବ୍ୟବସାୟ ଏବେ କରୋନା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛି। ବ୍ୟବସାୟ ମାନ୍ଦା ହେବା ଫଳରେ କମ୍ପାନୀ ୫୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଛି। ଭାରତ, ଆମେରିକା ଏବଂ ଚାଇନାରେ ଥିବା ନିଜ ହୋଟେଲ କର୍ମଚାରୀଙ୍କ ଛଟେଇ କରିବ ବୋଲି ନିଷ୍ପତ୍ତି ନେଇଛି।

OYO ୫,୦୦୦ କର୍ମଚାରୀଙ୍କୁ ଚାକିରିରୁ ହଟାଇବା ପରେ ସାରା ବିଶ୍ୱରେ ଏହି ହୋଟେଲର କର୍ମଜୀବୀଙ୍କ ସଂଖ୍ୟା ୨୫,୦୦୦ କୁ ହ୍ରାସ କରିବ। କଟ୍ ଚାଇନାରେ ଥିବା କର୍ମଚାରୀ ଅଧିକାଂଶ ଲୋକ ଛଟେଇ ହେବେ।

ସୂଚନାଯୋଗ୍ୟ, OYO ହୋଟେଲ ହେଉଛି ଭାରତର ଏକ ଷ୍ଟାର୍ଟଅପ୍ କମ୍ପାନୀ। ଯେଉଁଥିରେ ଜାପାନର ବହୁରାଷ୍ଟ୍ରୀୟ କମ୍ପାନୀ ସଫ୍ଟବ୍ୟାଙ୍କ ଗ୍ରୁପ୍ କର୍ପୋରେସନ୍ ନିବେଶ କରିଛି | ସଫ୍ଟବ୍ୟାଙ୍କ ଭିଜନ OYOରେ ପ୍ରାୟ ୧.୫ ଡଲାର ନିବେଶ କରିଛି। ୨୦୧୩ରେ ଏହି କମ୍ପାନୀ ପ୍ରତିଷ୍ଠିତ ହୋଇଥିଲା। ଏହା ପରେ OYOର ବଜାର ମୂଲ୍ୟ ପ୍ରାୟ ୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା।

କମ୍ପାନୀ ଲଗାତାର ଅନେକ ବର୍ଷ ଧରି କ୍ଷତି ସହୁଛି। ବର୍ତ୍ତମାନ କରୋନା ଦ୍ୱାରା କମ୍ପାନୀ ଆହୁର ଆର୍ଥିକ ଝଟକା ଖାଇଛି। ଏଥିପାଇଁ ଏହି କଟ୍ କରିବାକୁ ବାଧ୍ୟ ହୋଇଛନ୍ତି। କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗକୁ କହିଛନ୍ତି, ୨୦୨୦ ରେ କମ୍ପାନୀର ଅଭିବୃଦ୍ଧି ହେବ।

Related story