ପୁଣି ଦେଶରେ ଦ୍ରୁତଗତିରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ଆକ୍ରାନ୍ତଙ୍କ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନା ଭାଇରସର ମୁକାବିଲା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଏହା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୩୮୬ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ଦେଶରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆସି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ […]

w

Hemant Lenka
  • Published: Wednesday, 01 April 2020
  • , Updated: 01 April 2020, 08:36 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଆକ୍ରାନ୍ତଙ୍କ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନା ଭାଇରସର ମୁକାବିଲା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଏହା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୩୮୬ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ଦେଶରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆସି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବେସରକାରୀ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୨ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫୪ ବୋଲି ଦର୍ଶାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ଦିଲ୍ଲୀ ଧର୍ମସଭା ସଂକ୍ରମଣ ପାଇଁ ୨୪ ଘଣ୍ଟାରେ ଦେଶରେ ୩୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ୧୬୩୭ ଜଣଙ୍କ ମଧ୍ୟରୁ ୧୩୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ନିଜାମୁଦ୍ଦିନ ଧର୍ମୀୟ ସଭାରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ ଚାଲିଛି। ଏମାନଙ୍କ ମଧ୍ୟରୁ ଏଯାଏ ୧୮ଶହ ଲୋକଙ୍କୁ ୯ଟି ହସ୍ପିଟାଲରେ ଆଇସୋଲେସନ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଏହାସହ ଭାରତୀୟ ରେଳ ପକ୍ଷରୁ ୨୦ ହଜାର ରେଳ ଡବାକୁ ଆଧୁନିକୀକରଣ କରାଯାଇ ୩ ଲକ୍ଷ ୨୦ ହଜାର ଲୋକଙ୍କ ପାଇଁ ଆଇସୋଲେସନ ସେଣ୍ଟର କରାଯାଇଛି ବୋଲି ସେ କହିଛନ୍ତି।

ବେସରକାରୀ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେରଳରେ ୨୬୫ ଜଣ କରୋନା ରୋଗୀ ରହିଛନ୍ତି। ଦିଲ୍ଲୀରେ ୧୫୨, ତାମିଲନାଡୁରେ ୨୩୪, କର୍ଣ୍ଣାଟକାରେ ୧୧୦, ଉତ୍ତର ପ୍ରଦେଶରେ ୧୦୮, ରାଜସ୍ଥାନରେ ୧୦୬, ତେଲେଙ୍ଗାନାରେ ୯୨, ଗୁଜରାଟରେ ୮୭, ଆନ୍ଧ୍ର ପ୍ରଦେଶରେ ୮୭, ମଧ୍ୟପ୍ରଦେଶରେ ୮୬, ଜମ୍ମୁ-କଶ୍ମୀରରେ ୬୨, ପଞ୍ଜାବରେ ୪୪, ହରିଆଣାରେ ୪୦, ପଶ୍ଚିମବଙ୍ଗରେ ୨୭, ବିହାରରେ ୨୪, ଲଦାଖରେ ୧୩, ଚଣ୍ଡିଗଡ଼ରେ ୧୩, ଆଣ୍ଡାମାନ ନିକୋବରରେ ୧୦, ଛତିଶଗଡ଼ରେ ୯, ଉତ୍ତରାଖଣ୍ଡରେ ୭, ଆସାମରେ ୫, ଗୋଆରେ ୫, ଓଡ଼ିଶାରେ ୪, ହିମାଚଳ ପ୍ରଦେଶରେ ୩, ମିଜୋରାମ, ମଣିପୁର, ଝାରଖଣ୍ଡ ଓ ପୁଡୁଚେରୀରେ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଭାରତରେ କରୋନାର ୧୦ଟି ହଟସ୍ପଟ ଚିହ୍ନଟ ହୋଇଛି। ଅର୍ଥାତ ଏହି ୧୦ଟି ହଟସ୍ପଟରୁ ହିଁ କରୋନା ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାର ଆଶଙ୍କା ରହିଛି।

ଦିଲ୍ଲୀର ନିଜାମୁଦ୍ଦିନ: ୧୪ ଶହ ଶତାବ୍ଦୀର ସୁଫି ଖ୍ୱାଜା ନିଜାମୁଦ୍ଦିନ ଅଉଲିୟା ନିଜାମୁଦ୍ଦିନ ଠାରେ ମରକାଜ ମସଜିଦ ସ୍ଥାପନ କରିଥିଲେ। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏଠାରେ ଯୋଗଦେଇଥିବା ଅଧିକାଂଶ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ଏହା ବର୍ତ୍ତମାନ କରୋନାର ହଟସ୍ପଟ ଭାବେ ପରିଚୟ ଲାଭ କରିଛି।

ଦିଶାଦ ଗାର୍ଡେନ: ଉତ୍ତରପୂର୍ବ ଦିଲ୍ଲୀର ଏହି ଅଞ୍ଚଳରେ ଜଣେ ମହିଳା ସାଉଦିରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏହାପରେ ତାଙ୍କ ଝିଅ ଓ ଦୁଇ ଜଣ ସମ୍ପର୍କୀୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ମହିଳା ଜଣଙ୍କ ମୌଜପୁର ଅଞ୍ଚଳର ଜଣେ ମହୋଲା କ୍ଲିନକ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ମଧ୍ୟ କରୋନା ହୋଇଥିଲା। ବର୍ତ୍ତମାନ ଶାହାଦ୍ର ଜିଲ୍ଲାରେ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ରାଜସ୍ଥାନର ବିଲୱାରା: ରାଜସ୍ଥାନରେ ଚିହ୍ନଟ ହୋଇଥିବା ୮୩ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୨୬ ଜଣ କେବଳ ବିଲୱାରାରେ ଠାବ ହୋଇଛନ୍ତି। ତେବେ ଚିକିତ୍ସା ପରେ ୮ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ବିଭାଗ ଏହି ଅଞ୍ଚଳରୁ ୧୧୯୪ଟି ନୁମନା ପରୀକ୍ଷା ପାଇଁ ନେଇଛି।

ଉତ୍ତର ପ୍ରଦେଶର ନୋଏଡା: ଏଠାକାର ଗୌତମବୁଦ୍ଧ ନଗରରେ ୩୮ ଜଣ କୋଭିଡ୍‌-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ନୋଏଡାରେ ଥିବା ଏକ ଫାର୍ମର ସଂସ୍ପର୍ଶରେ ଆସି ପ୍ରାୟ ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଏହାକୁ ସିଲ କରିଦିଆଇଛି। ଏଠାରେ ୬୨୬ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୮୫୧ ଜଣଙ୍କୁ ସର୍ଭେଲାନ୍ସରେ ରଖାଯାଇଥିଲେ। ସେହିପରି ୨୯୧ ଜଣ କ୍ୱାରେଣ୍ଟାଇନରେ ରହିଛନ୍ତି।

ଏହା ବ୍ୟତୀତ ମୀରଟରେ ୧୯ ଜଣ, ମହାରାଷ୍ଟ୍ରର ମୁମ୍ବାଇରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୨୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପୁଣେ ମଧ୍ୟ କରୋନାର ଆଉ ଏକ ସ୍ପଟ ହୋଇଛି। ଏଠାରେ ୪୬ ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି।

ଗୁଜରାଟର ଅହମଦାବାଦରେ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗୁଜରାଟରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ଅହମଦାବାଦରେ ଆଖି ବୁଜିଛନ୍ତି। କେରଳର କାସରାଗଡରେ ଦେଶର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ୯୯ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

୭,୭୨୫ ଜଣ ନୀରିକ୍ଷଣରେ ଥିବା ବେଳେ ୧୬୩ ଜଣ ଆଇସୋଲେସନ ୱାର୍ଡରେ ରହିଛନ୍ତି। କେରଳର ପାଥନମଥିଟ୍ଟା ମଧ୍ୟ କରୋନାର ଆଉ ଏକ ହଟସ୍ପଟ ପାଲଟିଛି।

Related story