କରୋନା ଯୋଗୁ ୟୁରୋପ ସ୍ଥିତି ସାଂଘାତିକ, ବିଶ୍ୱରେ ମୃତ୍ୟୁସଂଖ୍ୟା ୨୦ ହଜାରର ନିକଟବର୍ତ୍ତୀ

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଯୋଗୁ ୟୁରୋପୀୟ ଦେଶଗୁଡ଼ିକର ସ୍ଥିତି ସାଂଘାତିକ ହୋଇଯାଇଛି। ଇଟାଲୀ, ସ୍ପେନ, ଫ୍ରାନ୍ସ ଠାରୁ ଆରମ୍ଭ କରି ବ୍ରିଟେନ ଯାଏ ସବୁଆଡ଼େ କରୋନା ମୃତ୍ୟୁର ତାଣ୍ଡବର ରଚିବାରେ ଲାଗିଛି। ଚାଇନାରେ ମୃତ୍ୟୁସଂଖ୍ୟା ପ୍ରାୟତଃ ସ୍ଥିର ରହିଥିଲେ ହେଁ ୟୁରୋପୀୟ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଚାଇନାର ମୃତ୍ୟୁସଂଖ୍ୟାକୁ ଇଟାଲୀ ଓ ସ୍ପେନ ଅତିକ୍ରମ କରିଯାଇଛନ୍ତି। ଆମେରିକା ସ୍ଥିତି ମଧ୍ୟ ଧୀରେଧୀରେ ବିଗିଡ଼ିବା […]

dc

Hemant Lenka
  • Published: Wednesday, 25 March 2020
  • , Updated: 25 March 2020, 06:21 PM IST

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଯୋଗୁ ୟୁରୋପୀୟ ଦେଶଗୁଡ଼ିକର ସ୍ଥିତି ସାଂଘାତିକ ହୋଇଯାଇଛି। ଇଟାଲୀ, ସ୍ପେନ, ଫ୍ରାନ୍ସ ଠାରୁ ଆରମ୍ଭ କରି ବ୍ରିଟେନ ଯାଏ ସବୁଆଡ଼େ କରୋନା ମୃତ୍ୟୁର ତାଣ୍ଡବର ରଚିବାରେ ଲାଗିଛି। ଚାଇନାରେ ମୃତ୍ୟୁସଂଖ୍ୟା ପ୍ରାୟତଃ ସ୍ଥିର ରହିଥିଲେ ହେଁ ୟୁରୋପୀୟ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି।

ସ୍ଥିତି ଏପରି ହୋଇଛି ଚାଇନାର ମୃତ୍ୟୁସଂଖ୍ୟାକୁ ଇଟାଲୀ ଓ ସ୍ପେନ ଅତିକ୍ରମ କରିଯାଇଛନ୍ତି। ଆମେରିକା ସ୍ଥିତି ମଧ୍ୟ ଧୀରେଧୀରେ ବିଗିଡ଼ିବା ଆରମ୍ଭ ହେଲାଣି। ବ୍ରିଟେନରେ ମଧ୍ୟରେ ମୃତ୍ୟୁସଂଖ୍ୟା ୪ ଶହ ପାର ହୋଇଯାଇଛି।

ବିଶ୍ୱର ୧୯୫ଟି ଦେଶରେ କାୟା ବିସ୍ତାର କରିଥିବା କରୋନା ଯୋଗୁ ଇତି ମଧ୍ୟରେ ୧୯,୬୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪,୩୫,୩୭୪ ଛୁଇଁଛି। ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ୧,୧୧,୮୭୮ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୦୩,୮୭୮ ଜଣ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨,୯୦,୬୩୭ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ୧୩,୨୪୧ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି।

ଚାଇନାରେ ଗତ ୨୪ ଘଣ୍ଟାରେ ମାତ୍ର ୪ ଜଣଙ୍କ ଜୀବନ କରୋନା ଯୋଗୁ ଯାଇଛି। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୩,୨୮୧ ଛୁଇଁଛି। ସେହିପରି ୪୭ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ତେବେ ଏହା ସ୍ଥାନୀୟ ଅଞ୍ଚଳର ଲୋକ ନୁହନ୍ତି। ସମସ୍ତ ଆକ୍ରାନ୍ତ ବିଦେଶୀ ନାଗରିକ।

ଇଟାଲୀରେ ମୃତ୍ୟୁସଂଖ୍ୟା ୬,୮୨୦ ଥିବା ବେଳେ ଆମେରିକାରେ କରୋନାରେ ଆକ୍ରାନ୍ତ ହୋଇ ୭୮୪ ଜଣ ପ୍ରାଣ ହରାଇଛନ୍ତି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୯୬୮ ରହିଥିବାରୁ ଟ୍ରମ୍ପ ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି। ଏଥିପାଇଁ ବିଭିନ୍ନ କଟକଣା ଲଗା ଯିବା ସହ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

ସ୍ପେନରେ ମାତ୍ର ୨୪ ଘଣ୍ଟାରେ ୭୩୪ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୩,୪୩୪ରେ ପହଞ୍ଚି ଯାଇଛି। ଜର୍ମାନୀରେ ୧୩ ଜଣ ପ୍ରାଣ ହରାଇବାରୁ ଏଠାରେ ମୃତ୍ୟୁସଂଖ୍ୟା ୧୭୨ ରହିଛି। ଇରାନରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ତେଣୁ ମୃତ୍ୟୁସଂଖ୍ୟା ୨୦୭୭ ଛୁଇଁଛି।

ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୧ଶହରେ ପହଞ୍ଚିବାରୁ ପୂରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ସ୍ୱିଜରଲ୍ୟାଣ୍ଡରେ ୧୪୫, ଦକ୍ଷିଣ କୋରିଆରେ ୧୨୨, ବ୍ରିଟେନରେ ୪୨୨, ନେଦରଲ୍ୟାଣ୍ଡସରେ ୨୭୬, ଅଷ୍ଟ୍ରିଆରେ ୩୦, ବେଲଜିୟରେ ୧୭୮, ନରୱେରେ ୧୩, କାନାଡାରେ ୨୬, ପର୍ତ୍ତୁଗାଲରେ ୩୩, ଅଷ୍ଟ୍ରେଲିଆରେ ୯, ସ୍ୱିଡେନରେ ୪୧, ବ୍ରାଜିଲରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି।

ଇସ୍ରାଏଲରେ ଏଯାଏ କରୋନା ତା’ର କାୟା ବିସ୍ତାର କରି ପାରି ନଥିଲା। ହେଲେ ୪୮ ଘଣ୍ଟା ମଧ୍ୟରେ ଏଠାରେ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୧୭୦ ଛୁଇଁଛି। ତୁର୍କୀରେ ୪୪ ଓ ପାକିସ୍ତାନରେ କରୋନା ୮ ଜଣଙ୍କ ମୁଣ୍ଡ ନେଇ ସାରିଲାଣି।

Related story