କେଉଁ ରାଜ୍ୟରେ କେତେ କରୋନା ଆକ୍ରାନ୍ତ? ସୁସ୍ଥ ହେଲେଣି ୨୩ ଆକ୍ରାନ୍ତ

ନୋଏଡା: ଦିଲ୍ଲୀର ନୋଏଡା ସେକ୍ଟର ୭୪ରେ ଥିବା କ୍ୟାପଟାଉନ ସୋସାଇଟିରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଆକ୍ରାନ୍ତ ଜଣଙ୍କ ଯେଉଁଠାରେ ରହୁଥିଲେ ସେଠାରେ ଲକ୍ ଡାଉନ୍ ବା ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ। ଦୁଇ ଦିନ ପାଇଁ ପ୍ରଶାସନ ଏହି କଟକଣା ଲଗାଇଛି। ସାରା ଦେଶରେ ଏବେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶରୁ କେବଳ ୨୪ ଜଣ ଚିହ୍ନଟ ହୋଇଛନ୍ତି। ମାର୍ଚ୍ଚ ୨୧ ସକାଳ […]

coronavirus-test

Subhransu Sekhar
  • Published: Saturday, 21 March 2020
  • , Updated: 21 March 2020, 06:07 PM IST

ନୋଏଡା: ଦିଲ୍ଲୀର ନୋଏଡା ସେକ୍ଟର ୭୪ରେ ଥିବା କ୍ୟାପଟାଉନ ସୋସାଇଟିରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଆକ୍ରାନ୍ତ ଜଣଙ୍କ ଯେଉଁଠାରେ ରହୁଥିଲେ ସେଠାରେ ଲକ୍ ଡାଉନ୍ ବା ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ। ଦୁଇ ଦିନ ପାଇଁ ପ୍ରଶାସନ ଏହି କଟକଣା ଲଗାଇଛି। ସାରା ଦେଶରେ ଏବେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶରୁ କେବଳ ୨୪ ଜଣ ଚିହ୍ନଟ ହୋଇଛନ୍ତି।

ମାର୍ଚ୍ଚ ୨୧ ସକାଳ ୯ଟା ସୁଦ୍ଧା ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ଆକ୍ରାନ୍ତଙ୍କ ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୩, ଛତିଶଗଡରେ ୧, ଦିଲ୍ଲୀରେ ୨୫, ଗୁଜରାଟରେ ୭, ହରିଆଣାରେ ୩, ହିମାଚଳ ପ୍ରଦେଶରେ ୨, କର୍ଣ୍ଣାଟକରେ ୧୫, କରେଳରେ ୩୩, ମଧ୍ୟପ୍ରଦେଶରେ ୪, ମହାରାଷ୍ଟ୍ରରେ ୪୯, ଓଡ଼ିଶାରେ ୨, ପୁଡୁଚେରୀ ୧, ପଞ୍ଜାବରେ ୨, ରାଜସ୍ଥାନରେ ୧୫, ତାମିଲନାଡୁରେ ୩, ତେଲେଙ୍ଗାନାରେ ୮, ଚଣ୍ଡିଗଡରେ ୧, ଜମ୍ମୁ କଶ୍ମୀରରେ ୪, ଲଦାଖରେ ୧୩, ଉତ୍ତର ପ୍ରଦେଶରେ ୨୪, ଉତ୍ତରାଖଣ୍ଡରେ ୩, ପଶ୍ଚିମବଙ୍ଗରେ ୨ ରହିଛନ୍ତି। ଏମାନେ ସମସ୍ତେ ଭାରତୀୟ। ମୋଟ୍ ଭାରତୀୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦ ରହିଛି।

ସେହିପରି ଦିଲ୍ଲୀରୁ ୧, ହରିଆଣାରୁ ୧୪, କେରଳରୁ ୭, ମହାରାଷ୍ଟ୍ରରୁ ୩, ରାଜସ୍ଥାନ ୨, ତେଲେଙ୍ଗାନାରୁ ୧୧, ଉତ୍ତର ପ୍ରଦେଶରୁ ଜଣେ ବିଦେଶୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୩୯ ଜଣ ବିଦେଶୀ ଆକ୍ରାନ୍ତ ହୋଇଛନ୍ତି। ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।

Related story