ଭାରତରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୫ ମୃତ

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ବେସରକାରୀ ଭାବେ ଗୋଟି ଦିନରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ଜୀବନ ଯାଇଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଯାଏ ଭାରତରେ ୧୨୬୨ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୧୪ ଜଣ […]

egf

Hemant Lenka
  • Published: Monday, 30 March 2020
  • , Updated: 30 March 2020, 08:36 PM IST

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ବେସରକାରୀ ଭାବେ ଗୋଟି ଦିନରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ଜୀବନ ଯାଇଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଯାଏ ଭାରତରେ ୧୨୬୨ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୧୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଏଯାଏ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧ ଥିବା ବେଳେ ମୃତ୍ୟୁସଂଖ୍ୟା ୨୯ ରହିଛି। ସେହିପରି ୧୦୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ମଧ୍ୟପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଗୁଜରାଟରେ ୫ ଜଣଙ୍କ ଜୀବନ କରୋନା ଯୋଗୁ ଯାଇଛି। ସେଠାକାର ରାଜ୍ୟ ସରକାରମାନେ ଏହି ସୂଚନା ଦେଇଛନ୍ତି। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଲିକାରେ ଏହା ଏଯାଏ ଅପଡେଟ୍‌ ହୋଇନାହିଁ।

ଆଜି ମହାରାଷ୍ଟ୍ରର ପୁଣେରେ ଜଣେ ୫୨ ବର୍ଷୀୟ କୋଭିଡ୍‌-୧୯ ରୋଗୀ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ। ସେ ମାର୍ଚ୍ଚ ୨୨ରେ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏହାପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ତାଙ୍କୁ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେହିପରି ଏଠାରେ ଆଉ ଜଣେ ୮୦ ବର୍ଷୀୟ ବ୍ୟକ୍ତି କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ଏଯାଏ କରୋନା ଯୋଗୁ ୧୦ ଜଣଙ୍କ ଜୀବନ ଗଲାଣି।

ରବିବାର ବିଳମ୍ବିତ ରାତିରେ ଗୁଜରାଟରେ ମଧ୍ୟ ଜଣେ ୪୫ ବର୍ଷୀୟ ମହିଳା କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚି ଯାଇଛି। ଏହି ମହିଳା ଜଣଙ୍କ ଜେସର ତାଲୁକାର ମୋତାଖୁତଭେଦା ଗାଁରେ ରହୁଥିଲେ। ସୁରତରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ସେ ଏଭଳି ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଞ୍ଚି ଯାଇଛି। ୬ ଜଣ ନୂଆ ରୋଗୀଙ୍କ ମଧ୍ୟରୁ ୫ ଜଣ ଭାବନଗରର ହୋଇଥିବା ବେଳେ ଜଣେ ଅହମଦାବାଦର।

ମଧ୍ୟପ୍ରଦେଶର ଜଣେ ୪୧ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚି ଯାଇଛି। ରାଜକୁମାର କଲୋନୀରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୩ ତାରିଖରେ ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୬ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ରବିବାର ସନ୍ଧ୍ୟାରେ ମନୋରମା ରାଜେ ଟିପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏଯାଏ ରାଜ୍ୟରେ ୪୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସନ୍ଧ୍ୟାରେ ପଶ୍ଚିମବଙ୍ଗରେ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେ କାଲିମପୋଙ୍ଗ ଅଞ୍ଚଳରେ ରହୁଥିଲେ। ସେ ସିଲିଗୁଡ଼ିଠାରେ ଥିବା ନର୍ଥ ବେଙ୍ଗଲ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପଞ୍ଜାବରେ ମଧ୍ୟ କରୋନା ତୃତୀୟ ମୁଣ୍ଡ ନେଇଛି। ଲୁଧିଆନାର ଜଣେ ମହିଳା ପଟିଆଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚି ଯାଇଥିବା ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। ଗୌତମ ବୁଦ୍ଧ ନଗରରେ ସର୍ବାଧିକ ୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୀରଟରେ ୧୯ ଜଣଙ୍କ ଶରୀରରେ କୋଭିଡ୍‌-୧୯ ଭାଇରସ ଠାବ ହୋଇଛି।

କେରଳରେ ୨୧୩ ଜଣ କରୋନା ରୋଗୀ ରହିଥିବା ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆଜି ଗୋଟିଏ ଦିନରେ ୩୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ୧୭ ଜଣ ବିଦେଶୀ ନାଗରିକଙ୍କୁ ମିଶାଇ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ରେ ପହଞ୍ଚି ଯାଇଛି। ଚଣ୍ଡିଗଡ଼ରେ ଆଜି ୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହେବା ପରେ ମୋଟ ରୋଗୀଙ୍କ ସଂଖ୍ୟା ୧୩ ଛୁଇଁଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରରେ ୨୧୫, କର୍ଣ୍ଣାଟକାରେ ୮୮, ଦିଲ୍ଲୀରେ ୭୨, ତେଲେଙ୍ଗାନାରେ ୭୦, ରାଜସ୍ଥାନରେ ୬୯, ଗୁଜରାଟରେ ୬୯, ତାମିଲନାଡୁରେ ୬୭, ମଧ୍ୟପ୍ରଦେଶରେ ୪୭, ଜମ୍ମୁ-କଶ୍ମୀରରେ ୪୫, ପଞ୍ଜାବରେ ୩୯, ହରିଆଣାରେ ୩୫, ଆନ୍ଧ୍ର ପ୍ରଦେଶରେ ୨୩, ପଶ୍ଚିମବଙ୍ଗରେ ୨୨, ବିହାରରେ ୧୫, ଚଣ୍ଡିଗଡ଼ରେ ୧୩, ଲଦାଖରେ ୧୩, ଆଣ୍ଡାମାନ ନିକୋବରରେ ୧୦, ଛତିଶଗଡ଼ରେ ୭, ଉତ୍ତରାଖଣ୍ଡରେ ୭, ଗୋଆରେ ୩, ହିମାଚଳ ପ୍ରଦେଶରେ ୩, ଓଡ଼ିଶାରେ ୩, ମଣିପୁର, ମିଜୋରାମ ଓ ପୁଡୁଚେରୀରେ ଜଣେ ଲେଖାଏ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି।

Related story