‘ସ୍ଥିତି ବହୁତ ଖରାପ ହୋଇନି’

ନୂଆଦିଲ୍ଲୀ: ଲକଡାଉନକୁ ୩୦ ଦିନ ହୋଇଛି। ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍ପାଓ୍ୱାର୍ଡ କମିଟିର ଅଧ୍ୟକ୍ଷ ସିକେ ମିଶ୍ର। ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ଦେଶରେ କରୋନା ଟେଷ୍ଟ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୩ ସୁଦ୍ଧା ୧୪ ହଜାର କରୋନା ଟେଷ୍ଟ ହୋଇଥିବା ବେଳେ ଗୁରୁବାର ସକାଳ ୯ଟା ସୁଦ୍ଧା ୫ ଲକ୍ଷ ଛୁଇଁଛି। କରୋନା ଟେଷ୍ଟିଂ କ୍ଷମତା ପୂର୍ବ ଅପେକ୍ଷା ୩୩ ଗୁଣା ବୃଦ୍ଧି ପାଇଛି। ଦେଶରେ କରୋନା […]

novel-corona

Subhransu Sekhar
  • Published: Thursday, 23 April 2020
  • , Updated: 23 April 2020, 05:23 PM IST

ନୂଆଦିଲ୍ଲୀ: ଲକଡାଉନକୁ ୩୦ ଦିନ ହୋଇଛି। ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍ପାଓ୍ୱାର୍ଡ କମିଟିର ଅଧ୍ୟକ୍ଷ ସିକେ ମିଶ୍ର। ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ଦେଶରେ କରୋନା ଟେଷ୍ଟ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୩ ସୁଦ୍ଧା ୧୪ ହଜାର କରୋନା ଟେଷ୍ଟ ହୋଇଥିବା ବେଳେ ଗୁରୁବାର ସକାଳ ୯ଟା ସୁଦ୍ଧା ୫ ଲକ୍ଷ ଛୁଇଁଛି। କରୋନା ଟେଷ୍ଟିଂ କ୍ଷମତା ପୂର୍ବ ଅପେକ୍ଷା ୩୩ ଗୁଣା ବୃଦ୍ଧି ପାଇଛି।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶ ଷ୍ଟ୍ରାଟେଜି ବଦଳୁଛି। କରୋନା ପାଇଁ ଦେଶର ସ୍ଥିତି ବହୁତ ଖରାପ ହୋଇନି ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ୬୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଯାବତ ୨୧, ୭୯୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୮୧ ଜଣଙ୍କର ମୃତ୍ୟୁ ଘଟିଛି।

Related story