ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା, ୧୦୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ରେ ପହଞ୍ଚିଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି।  ୩,୬୬୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଲେଣି। ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରର ହୋଇଥିବା ବେଳେ ତାମିଲନାଡୁ ଓ ଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି। ଆଜି ସକାଳ ୯ଟା ସୁଦ୍ଧା ଏହି ତଥ୍ୟ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଗତକାଲି ଅପରାହ୍ନ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକ୍ରାନ୍ତଙ୍କ ବାବଦରେ ରିପୋର୍ଟ ଦେଇଥିଲା। […]

lockdown-covid-19

Subhransu Sekhar
  • Published: Monday, 06 April 2020
  • , Updated: 06 April 2020, 11:33 AM IST

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ରେ ପହଞ୍ଚିଥିବା ବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି।  ୩,୬୬୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଲେଣି। ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରର ହୋଇଥିବା ବେଳେ ତାମିଲନାଡୁ ଓ ଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି। ଆଜି ସକାଳ ୯ଟା ସୁଦ୍ଧା ଏହି ତଥ୍ୟ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଗତକାଲି ଅପରାହ୍ନ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକ୍ରାନ୍ତଙ୍କ ବାବଦରେ ରିପୋର୍ଟ ଦେଇଥିଲା। ସେତେବେଳେ ମୋଟ୍ ୩,୯୫୯ ଜଣ ଆକ୍ରାନ୍ତ ଥିବା ବେଳେ ୮୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀ ନିଜାମୁଦ୍ଦିନର ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତି ଏବେ ଅଧିକାକଂଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ପାଇଁ ୧୭ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୦ ଛୁଇଁଥିବା ବେଳେ ୬୦୩ ଜଣ ଚିକିତ୍ସିତ ହେଉଛନ୍ତି। ୪୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୪୫ ଜଣଙ୍କର ମୃତ୍ୟୁ ଘଟିଛି।

ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୧ ଛୁଇଁଥିବା ବେଳେ ୫୫୮ ଜଣ ଚିକିତ୍ସିତ ହେଉଛନ୍ତି। ୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୩ ଛୁଇଁଥିବା ବେଳେ ୪୭୮ ଚିକିତ୍ସିତ ହେଉଛନ୍ତି। ୧୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି।

ତେଲେଙ୍ଗାନାରେ ୩୨୧ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଥିବା ବେଳେ ୨୮୦ ଚିକିତ୍ସିତ ହେଉଛନ୍ତି। ୩୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି।

Related story