ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୬୦

ନୂଆଦିଲ୍ଲୀ: ଦେଶରେ କିଲର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମାର୍ଚ୍ଚ ୧୦, ମଙ୍ଗଳବାର ଦିନ କେରଳରୁ ୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ ଜଣଙ୍କ ମଧ୍ୟରୁ ତିନି ଜଣ ଇଟାଲୀରୁ ଫେରିବା ପରେ ଏହି ଘାତକ ଭାଇରସର ଶିକାର ହୋଇଛନ୍ତି। ଏହି ତିନି ଜଣ ହେଉଛନ୍ତି ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ଛୋଟ ଛୁଆ। ସେହିପରି […]

coronavirus-test

Subhransu Sekhar
  • Published: Wednesday, 11 March 2020
  • , Updated: 11 March 2020, 02:22 PM IST

ନୂଆଦିଲ୍ଲୀ: ଦେଶରେ କିଲର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମାର୍ଚ୍ଚ ୧୦, ମଙ୍ଗଳବାର ଦିନ କେରଳରୁ ୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ ଜଣଙ୍କ ମଧ୍ୟରୁ ତିନି ଜଣ ଇଟାଲୀରୁ ଫେରିବା ପରେ ଏହି ଘାତକ ଭାଇରସର ଶିକାର ହୋଇଛନ୍ତି। ଏହି ତିନି ଜଣ ହେଉଛନ୍ତି ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ଛୋଟ ଛୁଆ।

ସେହିପରି ଇରାନରୁ ଫେରିଥିବା ୫୪ ଜଣ ଭାରତୀୟଙ୍କୁ କେନ୍ଦ୍ର ସରକାର ସ୍ୱଦେଶ ଆଣିବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଛି। ଏବେ ଏହି ୧୪ ଜଣଙ୍କୁ ଉତ୍ତର ପ୍ରଦେଶ ଗାଜିଆବାଦର ହିନ୍ଦୋନ ଏୟାରବେସକୁ ସ୍ଥାନାନ୍ତରିତ କରାଯାଇଛି। ଏ ସମସ୍ତେ ୧୪ ଦିନ ପାଇଁ ଏହି ଏୟାରବେସରେ ରହିବେ।

୬୦ ଆକ୍ରାନ୍ତଙ୍କ ମଧ୍ୟରେ କର୍ଣ୍ଣାଟକରେ ଏଯାବତ ୪ ଜଣ ଏବଂ ମହାରାଷ୍ଟ୍ରରେ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଦୁଇଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଦନ ଭିଡିଓ କଲ୍ ମାଧ୍ୟମରେ ଦିଲ୍ଲୀର ମେଦାନ୍ତ ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି COVID-୧୯ ରୋଗୀଙ୍କ ସହ କଥା ହୋଇଥିଲେ। ଏବେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। ଅନେକ ଦେଶର ଏହି କରୋନା ଭାଇରସ ବ୍ୟାପିଥିବାରୁ ସେହି ଦେଶକୁ ଏବେର ସ୍ଥିତିରେ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।

Related story