କରୋନା ମୃତ୍ୟୁସଂଖ୍ୟା ଚାଇନାରେ ୨୫ ଶହ ଡେଇଁଲା, ବିଶ୍ୱରେ ୨୬୨୦

ବେଜିଂ: ଚାଇନାରେ ପ୍ରାଣଘାତୀ କରୋନା ଭାଇରସ ଥମିବାର ନାଁ ଧରୁନି। ଦିନକୁ ଦିନ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ଚାଇନାରେ ୨୫୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୭,୧୫୦ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଚାଇନା ବାହାରେ ସରକାରୀ ଭାବେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେଣୁ କରୋନା ଯୋଗୁ ସାରା ବିଶ୍ୱରେ ୨୬୨୦ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି […]

t

Hemant Lenka
  • Published: Monday, 24 February 2020
  • , Updated: 24 February 2020, 04:23 PM IST

ବେଜିଂ: ଚାଇନାରେ ପ୍ରାଣଘାତୀ କରୋନା ଭାଇରସ ଥମିବାର ନାଁ ଧରୁନି। ଦିନକୁ ଦିନ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ଚାଇନାରେ ୨୫୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୭,୧୫୦ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଚାଇନା ବାହାରେ ସରକାରୀ ଭାବେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେଣୁ କରୋନା ଯୋଗୁ ସାରା ବିଶ୍ୱରେ ୨୬୨୦ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି ୭୯ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା ଆଶଙ୍କା କରାଯାଉଛି।

ଚାଇନାର ନ୍ୟାଶନାଲ ହେଲଥ୍‌ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୦୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଉ ୧୫୦ ଜଣ ଲୋକ ଏହି ଭାଇରସ ଯୋଗୁ ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ୨୫୯୨ରେ ପହଞ୍ଚି ଯାଇଛି।

୧୫୦ ଜଣଙ୍କ ମଧ୍ୟରୁ କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ହୁବେଇରେ କେବଳ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଆଶଙ୍କାରେ ଆଉ ୬୨୦ ଜଣ ଲୋକଙ୍କୁ ଅବର୍ଜଭେସନରେ ରଖାଯାଇଛି।

ରବିବାର ରାତି ସୁଦ୍ଧା ୨୪, ୭୩୪ ଜଣ ଲୋକଙ୍କୁ ଚିକିତ୍ସା ପରେ ଘରକୁ ଡିସଚାର୍ଜ କରାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ସଂଖ୍ୟା ୧,୦୫୩ରୁ ୯,୯୧୫କୁ ଖସିଛି। ଚାଇନା ବାହାରେ ଇରାନରେ ୮ ଜଣ, ଦକ୍ଷିଣ କୋରିଆରେ ୭ ଜଣ, ଜାପାନରେ ୪ ଜଣ, ଇଟାଲୀରେ ୩ ଜଣ, ହଂକଂରେ ୨ ଜଣ, ଫ୍ରାନ୍ସରେ ଜଣେ, ତାଇୱାନ ଓ ଫିଲିପାଇନ୍ସରେ ଜଣେ ଲେଖାଏ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

Related story