ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଭିତରେ ପଶିବାକୁ ସକ୍ଷମ ହୋଇଛି ମହାମାରୀ କରୋନା ଭାଇରସ। ଏବେ ଏହି ପ୍ରାଣଘାତୀ ଭାଇରସରେ ନୀତୀଶ କୁମାରଙ୍କ ଭାଣିଜୀ ଆକ୍ରାନ୍ତ ହୋଇଛନ୍ତି। ସୋମବାର ନୀତୀଶ କୁମାରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆଜି ନୀତୀଶ କୁମାରଙ୍କ ଭାଣିଜୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ପାଟନା ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସବୁ ପ୍ରକାରର […]

n

Hemant Lenka
  • Published: Tuesday, 07 July 2020
  • , Updated: 07 July 2020, 05:45 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଭିତରେ ପଶିବାକୁ ସକ୍ଷମ ହୋଇଛି ମହାମାରୀ କରୋନା ଭାଇରସ। ଏବେ ଏହି ପ୍ରାଣଘାତୀ ଭାଇରସରେ ନୀତୀଶ କୁମାରଙ୍କ ଭାଣିଜୀ ଆକ୍ରାନ୍ତ ହୋଇଛନ୍ତି। ସୋମବାର ନୀତୀଶ କୁମାରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ଆଜି ନୀତୀଶ କୁମାରଙ୍କ ଭାଣିଜୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ପାଟନା ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୀତୀଶ କୁମାରଙ୍କ ଘରକୁ ୬ ଜଣ ଡାକ୍ତର, ୩ ଜଣ ନର୍ସ ଓ ଗୋଟିଏ ଭେଣ୍ଟିଲେଟର ପଠାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ପରେ ପାଟନା ମେଡିକାଲ କଲେଜ ତୁରନ୍ତ ଏହି ସବୁ ଆନୁସଙ୍ଗିକ ସାମଗ୍ରୀ ଓ ଡାକ୍ତରଙ୍କୁ ନୀତୀଶ କୁମାରଙ୍କ ବାସଭବନକୁ ପଠାଇଛି।

ଦୁଇ ଦିନରେ ନୀତୀଶ କୁମାରଙ୍କ ଘରୁ ଦୁଇ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପ୍ରଶାସନର ଚିନ୍ତାକୁ ଦୁଇ ଗୁଣିତ କରିଛି। ଆଜି ଏଥିପାଇଁ ୧ ଆନ୍ନେ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସାନିଟାଇଜ୍‌ କରାଯାଇଛି। ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ଏକ ଡାକ୍ତରୀ ଟିମକୁ ଦୈନିକ ଚେକଅପ୍ ପାଇଁ ନିୟୋଜତ କରାଯାଇଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା। ତେବେ ରିପୋର୍ଟ ନେଗେଟିଭ ଆସିଥିଲା।

Related story