ଚିନ୍ତା ବଢ଼ାଇଲା କରୋନା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୮

ନୂଆଦିଲ୍ଲୀ: ଦେଶ ପାଇଁ ଚିନ୍ତା ବଢ଼ାଇଲା କରୋନା ଭାଇରସ। ସୋମବାର ଦୁଇ ଜଣ କରୋନାରେ ଶିକାର ହୋଇଥିବା ବେଳେ ମଙ୍ଗଳବାର ୬ ଜଣ ଉତ୍ତର ପ୍ରଦେଶରେ ଏବଂ ବୁଧବାର ସୁଦ୍ଧା ଏହି କରୋନା ରୋଗୀଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀର ପର୍ଯ୍ୟଟକ। ଭାରତ ଗସ୍ତରେ ଆସିଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ପ୍ରେସମିଟ୍ କରି ସମସ୍ତ ହସ୍ପିଟାଲକୁ ଅଲଗା ଓ୍ୱାର୍ଡର […]

corona-1

Subhransu Sekhar
  • Published: Wednesday, 04 March 2020
  • , Updated: 04 March 2020, 12:58 PM IST

ନୂଆଦିଲ୍ଲୀ: ଦେଶ ପାଇଁ ଚିନ୍ତା ବଢ଼ାଇଲା କରୋନା ଭାଇରସ। ସୋମବାର ଦୁଇ ଜଣ କରୋନାରେ ଶିକାର ହୋଇଥିବା ବେଳେ ମଙ୍ଗଳବାର ୬ ଜଣ ଉତ୍ତର ପ୍ରଦେଶରେ ଏବଂ ବୁଧବାର ସୁଦ୍ଧା ଏହି କରୋନା ରୋଗୀଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀର ପର୍ଯ୍ୟଟକ। ଭାରତ ଗସ୍ତରେ ଆସିଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ପ୍ରେସମିଟ୍ କରି ସମସ୍ତ ହସ୍ପିଟାଲକୁ ଅଲଗା ଓ୍ୱାର୍ଡର ବ୍ୟବସ୍ଥା କରିବା ପାଇଁ କହିଛନ୍ତି।

ଗତକାଲି ଦିଲ୍ଲୀର ଏକ ହୋଟେଲରେ ଥିବା ଇଟାଲୀର ୧୬ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏବେ ଏମାନଙ୍କ ପାଖରେ କରୋନାର ଲକ୍ଷଣ ଥିବା ଚିହ୍ନଟ ହୋଇଛି। ଏସମସ୍ତଙ୍କୁ ଆଇଟିବିପି କ୍ୟାମ୍ପକୁ ମଙ୍ଗଳବାର ଠାରୁ ପଠାଇ ଦିଆଯାଇଛି। ଏହା ବ୍ୟତୀତ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅନ୍ୟପଟେ କିନ୍ତୁ ଦିଲ୍ଲୀ ନୋଏଡାରେ କରୋନା ସନ୍ଦେହରେ ୬ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସମସ୍ତଙ୍କ ନମୁନାରେ କରୋନାରେ କୌଣସି ପ୍ରକାର ଲକ୍ଷଣ ନଥିବା ସ୍ପଷ୍ଟ ହୋଇଛି।

ମଙ୍ଗଳବାର ପ୍ରଥମେ ରାଜସ୍ଥାନ ଜୟପୁରରେ ଜଣେ ୬୯ ବର୍ଷୀୟ ଇଟାଲୀ ପର୍ଯ୍ୟଟକଙ୍କ ନମୁନାରେ କରୋନା ଥିବା ସ୍ପଷ୍ଟ ହୋଇଥିଲା। ଏବେ ସେ ସାୱାଇ ମ୍ୟାନ୍ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପରେ ଦିଲ୍ଲୀର ଏକ ହୋଟେଲରେ ଥିବା ୨୧ ଜଣ ପର୍ଯ୍ୟଟକ ଏବଂ ତିନିଜଣ ଭାରତୀୟ ଟୁର୍ ଅପରେଟରଙ୍କୁ ଦିଲ୍ଲୀର ଆଇଟିବିପି କ୍ୟାମ୍ପକୁ ମାର୍ଚ୍ଚ ୩ରୁ ପଠାଇ ଦିଆଯାଇଛି। ଏଥିମଧ୍ୟରୁ ୧୬ ଜଣ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସେହପିର ଉତ୍ତର ପ୍ରଦେଶ ଆଗ୍ରାର ଗୋଟିଏ ପରିବାରର ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ଯେଉଁ ଦୁଇ କରୋନାରେ ଆକ୍ରାନ୍ତ ହୋଇଥିଲେ ସେଥିମଧ୍ୟରୁ ଜଣେ ହାଇଦ୍ରାବାଦ ଏବଂ ଜଣେ ଦିଲ୍ଲୀର ରହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, କରୋନାରେ ଶିକାର ହୋଇଥିବା ଦିଲ୍ଲୀର ବ୍ୟକ୍ତି ଇଟାଲୀ ଯାତ୍ରା କରିଥିଲେ ଏବଂ ହାଇଦ୍ରାବାଦରେ ଶିକାର ହୋଇଥିବା ବ୍ୟକ୍ତି ଦୁବାଇ ଯାଇଥିଲେ। ଏହି ସମସ୍ତ ଦେଶରେ କରୋନା ବ୍ୟାପିଥିବାରୁ ସେଠାରୁ ସଂକ୍ରମିତ ହୋଇଥାଇପାରନ୍ତି। ଏହା ପୂର୍ବରୁ କେରଳର ତିନି ଜଣ କୋରାନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏବେ ତିନି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story