ମଧ୍ୟପ୍ରଦେଶ ରାଜନୀତିରେ ‘କରୋନା ଭାଇରସ’: କମଲନାଥ

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ କିଲର କରୋନା ଭାଇରସ ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟିବା ପରେ ଏହା କହିଛନ୍ତି। କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଏବେ ସଙ୍କଟରେ ପଡ଼ିଛନ୍ତି। ବିରୋଧୀ ବିଜେପି ଏହି ବିଧାୟକଙ୍କ ଇସ୍ତଫା ପରେ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହାକୁ ଆଧାର କରି କମଲନାଥ ରାଜନୀତିରେ କରୋନା ଭାଇରସ ପ୍ରବେଶ କରିଥିବା କଥା କହିଛନ୍ତି। ଆଜି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ […]

d

Subhransu Sekhar
  • Published: Friday, 13 March 2020
  • , Updated: 13 March 2020, 03:50 PM IST

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ କିଲର କରୋନା ଭାଇରସ ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟିବା ପରେ ଏହା କହିଛନ୍ତି। କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଏବେ ସଙ୍କଟରେ ପଡ଼ିଛନ୍ତି। ବିରୋଧୀ ବିଜେପି ଏହି ବିଧାୟକଙ୍କ ଇସ୍ତଫା ପରେ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହାକୁ ଆଧାର କରି କମଲନାଥ ରାଜନୀତିରେ କରୋନା ଭାଇରସ ପ୍ରବେଶ କରିଥିବା କଥା କହିଛନ୍ତି।

ଆଜି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ କମଲନାଥ। ବିରୋଧୀ ବିଜେପି ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି ବୋଲି ରାଜ୍ୟପାଳଙ୍କୁ ଭେଟି ଜଣାଇଛନ୍ତି କମଲନାଥ। ବେଙ୍ଗାଲୁରୁର ଏକ ରିସୋଟରେ ଥିବା କଂଗ୍ରେସ ବିଧାୟକଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କମଲନାଥ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କମଲନାଥ ସରକାର। ତେଣୁ ଏବେ ସେହି ବିଧାୟକଙ୍କୁ ବୁଝସୁଝା କରି ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପାଇଁ କମଲନାଥ ସରକାର ଚେଷ୍ଟା ଚଳାଇଛନ୍ତି। ୧୬ ମାର୍ଚ୍ଚ ନହେଲେ ଏହାପରେ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ତାଙ୍କ ସରକାର ପ୍ରସ୍ତୁତ ରହିଛି ବୋଲି କହିଛନ୍ତି। ଅନ୍ୟପଟେ ବାଚସ୍ପତି ଇସ୍ତଫା ଦେଇଥିବା ବିଧାୟକଙ୍କୁ ନୋଟିସ୍ ଜାରି କରି ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଯଦିଓ ବିଧାୟକମାନେ ଇସ୍ତଫା ଦେଇଛନ୍ତି ହେଲେ ଏହାକୁ ବାଚସ୍ପତି ଗ୍ରହଣ କରିନାହାନ୍ତି। ବିଧାୟକଙ୍କୁ ବୁଝାସୁଝା କରି ଦଳକୁ ଫେରାଇ ଆଣିବାକୁ କମଲନାଥ ସରକାର ଚେଷ୍ଟା କରୁଥିବା ଜଣାପଡ଼ିଛି।

Related story