ଦେଶରେ ୪୭୮୯ ଆକ୍ରାନ୍ତ, ଗଲାଣି ୧୨୪ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୪ରେ ପହଞ୍ଚି ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୭୮୯ ରହିଛି। ସୋମବାର ଭାରତରେ ୭୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଗତକାଲି ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ ଓ ମୃତକଙ୍କ ସଂଖ୍ୟା ୧୧୧ ରହିଥିଲା। ହେଲେ ୨୪ ଘଣ୍ଟାରେ ଏଥିରେ ବ୍ୟାପକ […]

Covid19

Subrat Kumar Nayak
  • Published: Tuesday, 07 April 2020
  • , Updated: 07 April 2020, 09:19 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୪ରେ ପହଞ୍ଚି ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୭୮୯ ରହିଛି। ସୋମବାର ଭାରତରେ ୭୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଗତକାଲି ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ ଓ ମୃତକଙ୍କ ସଂଖ୍ୟା ୧୧୧ ରହିଥିଲା। ହେଲେ ୨୪ ଘଣ୍ଟାରେ ଏଥିରେ ବ୍ୟାପକ ଆସିଛି। ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ମିଲିଅନ୍‌ ଛୁଇଁଥିବା ଜନ୍‌ ହପକିନ୍ସ କରୋନା ରିସୋର୍ସ ସେଣ୍ଟର ପକ୍ଷରୁ କୁହାଯାଇଛି।

୪୭୮୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସର୍ବାଧିକ ୮୬୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ପ୍ରାଣ ହରାଇ ସାରିଲେଣି। ଏହା ପଛକୁ ତାମିଲନାଡୁ ରହିଛି। ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୬୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୨୬୬ ଜଣ କରୋନା ରୋଗୀ ଠାବ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଣ୍ଡାମାନ ନିକୋବରରେ ୧୦ ଜଣ, ଅରୁଣାଚଳପ୍ରଦେଶରେ ୧, ଆସାମରେ ୨୬, ବିହାରରେ ୩୨, ଚଣ୍ଡିଗଡ଼ରେ ୧୮, ଛତିଶଗଡ଼ରେ ୧୦, ଦିଲ୍ଲୀରେ ୫୭୬, ଗୋଆରେ ୭, ଗୁଜରାଟରେ ୧୬୫, ହରିଆଣାରେ ୯୦, ହିମାଚଳ ପ୍ରଦେଶରେ ୧୩, ଜମ୍ମୁ-କଶ୍ମରରେ ୧୧୬, ଝାରଖଣ୍ଡରେ ୪, କର୍ଣ୍ଣାଟକାରେ ୧୭୫, କେରଳରେ ୩୨୭, ଲଦାଖରେ ୧୪, ମଧ୍ୟପ୍ରଦେଶରେ ୨୨୯, ମଣିପୁରରେ ୨, ମିଜୋରାମରେ ୧, ଓଡ଼ିଶାରେ ୪୨, ପୁଡୁଚେରୀରେ ୫, ପଞ୍ଜାବରେ ୯୧, ରାଜସ୍ଥାନରେ ୨୮୮, ତେଲେଙ୍ଗାନାରେ ୩୬୪, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୩୧, ଉତ୍ତର ପ୍ରଦେଶରେ ୩୦୫ ଓ ପଶ୍ଚିମବଙ୍ଗରେ ୯୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Related story