ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସରକାର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ଏଣିକି ନିମୋନିଆ ରୋଗୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଏଣିକି ଯେଉଁ ହସ୍ପିଟାଲରେ ନିମୋନିଆ ରୋଗୀ ଥିବେ ସୋମନଙ୍କ ବାବଦରେ ହସ୍ପିଟାଲ କତ୍ତୃପକ୍ଷ ଏନସିଡିସି କିମ୍ୱା ଆଇଡିଏସପିକୁ ସୂଚନା ଦେବେ। ହସ୍ପିଟାଲରେ କୋଭିଡ-୧୯ ରୋଗୀ ବା ନିମୋନିଆ ରୋଗୀ ଭର୍ତ୍ତି ହେବା ମାତ୍ରେ ସୂଚନା ଏନସିଡିସି କିମ୍ୱା ଆଇଡିଏସପିକୁ ସୂଚନା ଦେବାକୁ କୁହାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ହସ୍ପିଟାଲ ଓ ମେଡିକାଲ କଲେଜକୁ ପର୍ଯ୍ୟାପ୍ତ ପରିମାଣରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ନଳୀ କିଣିବାକୁ କହିବା ସହିଚ ହସ୍ପିଟାଲରେ ଗହଳି କମ୍ କରିବାକୁ କହିଛି।