ବଦଳିଲା ଟେଷ୍ଟିଂ ରଣନୀତି, ଏବେ ଏପରି ବ୍ୟକ୍ତିଙ୍କର ହୋଇପାରିବ କରୋନା ପରୀକ୍ଷା

ନୂଆଦିଲ୍ଲୀ: ପ୍ରଥମେ ସିଲ୍‌ ପାଇଁ ଗୁରୁତ୍ୱ ଦିଆଯାଇଥିବା କୋଭିଡ୍‌-୧୯ ଭୂତାଣୁର ହଟ୍‌ସ୍ପଟ୍‌ରେ ସମସ୍ତଙ୍କର କରୋନ ପରୀକ୍ଷା କରାଯାଇ ପାରିବ। ଏହି ବ୍ୟକ୍ତିମାନେ କୌଣସି ଆକ୍ରାନ୍ତଙ୍କ ସଂପର୍କରେ ବା ସଂସ୍ପର୍ଶରେ ଆସିଥା’ନ୍ତୁ ବା ନ ଆସିଥା’ନ୍ତୁ, କରୋନା ଭଳି ଲକ୍ଷଣ ଦେଖାଉଥିବା ସମସ୍ତଙ୍କର ପରୀକ୍ଷା ହୋଇପାରିବ। ସେମାନେ କରୋନା ପରୀକ୍ଷା କରିବାରେ ଆଉ ପୂର୍ବ ପରି କୌଣସି ବ୍ୟବସ୍ଥାଗତ ସମସ୍ୟା ହେବନି। ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ନେଉଥିବା ଆଇସିଏମ୍‌ଆର ପକ୍ଷରୁ ଏଭଳି ନିୟମ ପରିବର୍ତ୍ତନ କରାଯାଇଛି। ଗତ ୨୦ […]

Covid-19-1-1

Subrat Kumar Nayak
  • Published: Thursday, 09 April 2020
  • , Updated: 09 April 2020, 08:44 PM IST

ନୂଆଦିଲ୍ଲୀ: ପ୍ରଥମେ ସିଲ୍‌ ପାଇଁ ଗୁରୁତ୍ୱ ଦିଆଯାଇଥିବା କୋଭିଡ୍‌-୧୯ ଭୂତାଣୁର ହଟ୍‌ସ୍ପଟ୍‌ରେ ସମସ୍ତଙ୍କର କରୋନ ପରୀକ୍ଷା କରାଯାଇ ପାରିବ। ଏହି ବ୍ୟକ୍ତିମାନେ କୌଣସି ଆକ୍ରାନ୍ତଙ୍କ ସଂପର୍କରେ ବା ସଂସ୍ପର୍ଶରେ ଆସିଥା’ନ୍ତୁ ବା ନ ଆସିଥା’ନ୍ତୁ, କରୋନା ଭଳି ଲକ୍ଷଣ ଦେଖାଉଥିବା ସମସ୍ତଙ୍କର ପରୀକ୍ଷା ହୋଇପାରିବ। ସେମାନେ କରୋନା ପରୀକ୍ଷା କରିବାରେ ଆଉ ପୂର୍ବ ପରି କୌଣସି ବ୍ୟବସ୍ଥାଗତ ସମସ୍ୟା ହେବନି। ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ନେଉଥିବା ଆଇସିଏମ୍‌ଆର ପକ୍ଷରୁ ଏଭଳି ନିୟମ ପରିବର୍ତ୍ତନ କରାଯାଇଛି।

ଗତ ୨୦ ଦିନ ହେବ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କର ପରୀକ୍ଷା ହେଉଥିଲା। କରୋନା ସମ୍ପର୍କିତ ପରୀକ୍ଷା ପାଇଁ ୫ ବର୍ଗର ବ୍ୟକ୍ତିଙ୍କୁ ବିଚାରଭୁକ୍ତ କରାଯାଉଥିଲା।

ଏଥିରୁ ଗୋଟିଏ ଥିଲା ଗତ ୧୪ ଦିନ ଭିତରେ ବିଦେଶ ଗସ୍ତରୁ ଫେରି କରୋନା ଭଳି ଲକ୍ଷଣ ଦେଖାଯାଉଥିଲେ ନମୁନା ପରୀକ୍ଷା ହୋଇପାରିବ। ଲ୍ୟାବ୍‌ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଭଳି ଲକ୍ଷଣ ଦେଖାଉଥିଲେ ମଧ୍ୟ ପରୀକ୍ଷା ହୋଇପାରିବ। ଅନ୍ୟ କିଛି ବର୍ଗ ଥିଲା, କରୋନା ଲକ୍ଷଣ ଥିବା ସ୍ୱାସ୍ଥ୍ୟକର୍ମୀ, ଶ୍ୱାସପ୍ରଶ୍ୱାସରେ ସମସ୍ୟା ଭୋଗୁଥିବା ରୋଗୀ ଏବଂ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସହ ପ୍ରତ୍ୟକ୍ଷ ଏବଂ ହାଇରିସ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି।

Related story