ଦିଲ୍ଲୀରେ କରୋନା ନିୟନ୍ତ୍ରଣରେ ଥିବା ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ ମହାମାରୀ କାରୋନା ଭାଇରସ ସଂକ୍ରମଣକୁ ଦିଲ୍ଲୀରେ ହ୍ରାସ କରାଯାଇ ପାରିଛି। ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଏଥିସହ ଜୁନ ମାସରେ ଦିଲ୍ଲୀରେ ଆଶଙ୍କା ଅନୁଯାୟୀ ବହୁ କମ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି। ଜୁନ୍‌ ଶେଷ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୬୦ ହଜାର ଆକ୍ଟିଭ କେସ ରହିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏବେ ରାଜ୍ୟରେ ମାତ୍ର ୨୬ ହଜାର ଆକ୍ଟିଭ କେସ […]

w

w

Hemant Lenka
  • Published: Wednesday, 01 July 2020
  • Updated: 01 July 2020, 04:53 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ ମହାମାରୀ କାରୋନା ଭାଇରସ ସଂକ୍ରମଣକୁ ଦିଲ୍ଲୀରେ ହ୍ରାସ କରାଯାଇ ପାରିଛି। ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଏଥିସହ ଜୁନ ମାସରେ ଦିଲ୍ଲୀରେ ଆଶଙ୍କା ଅନୁଯାୟୀ ବହୁ କମ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

ଜୁନ୍‌ ଶେଷ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୬୦ ହଜାର ଆକ୍ଟିଭ କେସ ରହିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏବେ ରାଜ୍ୟରେ ମାତ୍ର ୨୬ ହଜାର ଆକ୍ଟିଭ କେସ ରହିଛି। କେବଳ ସେତିକି ନୁହେଁ, ଗତ ସପ୍ତାହରେ ଦିନକୁ ୪ ହଜାର କରୋନା ଆକ୍ରାନ୍ତ ସାମ୍ନାକୁ ଆସୁଥିବା ବେଳେ ଏବେ ଦିନକୁ ୨୫ଶହ ମାମଲା ସାମ୍ନାକୁ ଆସୁଛି ବୋଲି କେଜ୍ରିୱାଲ କହିଛନ୍ତି।

ଦେଶର ତୃତୀୟ କରୋନା କ୍ଷତିଗ୍ରସ୍ତ ରାଜ୍ୟ ହେଉଛି ଦିଲ୍ଲୀ। ଏଠାରେ ମୋଟ ୮୭,୩୬୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୭୪୨ ଜଣ ପ୍ରାଣ ହରାଇଛନ୍ତି। ୫୦ ହଜାରରୁ ଅଧିକ ଲୋକ ସୁସ୍ଥ ହେବା ପରେ ଏବେ ୨୬,୨୭୦ ଆକ୍ଟିଭ କେସ ରହିଛି।

କେଜ୍ରିୱାଲ କହିଛନ୍ତି, ଆମେ ଏବେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିଛୁ। ଏହା ଏକ ଭଲ ଲକ୍ଷଣ। ପୂର୍ବରୁ ୧୦୦ଟି ନମୁନାରୁ ୩୨ଟି ପଜିଟିଭ ଆସୁଥିଲା। ହେଲେ ଏବେ ୧୦୦ଟି ନମୁନାରୁ ୧୩ଟି ପଜିଟିଭ ଆସୁଛି। ଦିଲ୍ଲୀରେ ଆରୋଗ୍ୟ ହାର ୬୦%ରୁ ୬୬%କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos