ଭାରତ ସମର୍ଥନକାରୀ ଦେଶଙ୍କୁ ମିସାଇଲ ମାଡ଼ ହେବ: ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନର କଶ୍ମୀର ଏବଂ ଗିଲଗିଟ୍‌-ବଲୋଚିସ୍ତାନ ବ୍ୟାପାର ଫେଡେରାଲ ମନ୍ତ୍ରୀ ଅଲୀ ଆମିନ୍‌ ଗନ୍ଦପୁର କହିଛନ୍ତି, କଶ୍ମୀର ବିବାଦକୁ […]

gandpur

Subrat Kumar Nayak
  • Published: Tuesday, 29 October 2019
  • , Updated: 29 October 2019, 07:01 PM IST

ଇସ୍‌ଲାମାବାଦ୍‌: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି।

ପାକିସ୍ତାନର କଶ୍ମୀର ଏବଂ ଗିଲଗିଟ୍‌-ବଲୋଚିସ୍ତାନ ବ୍ୟାପାର ଫେଡେରାଲ ମନ୍ତ୍ରୀ ଅଲୀ ଆମିନ୍‌ ଗନ୍ଦପୁର କହିଛନ୍ତି, କଶ୍ମୀର ବିବାଦକୁ ନେଇ ସାରା ବିଶ୍ୱ ନିରବ ରହିଛି। ଏପରିକି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତି ପରେ ‘ଅଲ୍‌ ଆଉଟ୍‌’ ଯୁଦ୍ଧର ରୂପ ନେବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କଶ୍ମୀରକୁ ନେଇ ଯଦି ସ୍ଥିତି ବିଗିଡ଼ିଲା ପାକିସ୍ତାନ ଯୁଦ୍ଧ ପାଇଁ ବାଧ୍ୟ ହେବ। ଏପରିକି ଏହି କାରଣରୁ ଭାରତ ସମର୍ଥନରେ ଛିଡ଼ା ହୋଇଥିବା ଦେଶମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଭାରତକୁ ସମର୍ଥନ କରୁଥିବା ସବୁ ଦେଶ ପାକିସ୍ତାନର ଶତ୍ରୁ ହେବେ ଏବଂ ସେହି ସବୁ ଦେଶ ଉପରେ ମିସାଇଲ ମାଡ଼ କରାଯିବ ବୋଲି ସେ କହିଛନ୍ତି।

Related story