‘ସକାଳେ ଆସି ଆମ ଛୋଟ ଛୁଆକୁ ନେଇଯିବ’

ଗାଜିଆବାଦ: ଜଣେ ୩୦ ବର୍ଷୀୟ ସେଲସ ମ୍ୟାନେଜର ଏବଂ ତାଙ୍କର ୨୮ ବର୍ଷୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ତାଙ୍କର ମୃତ ଶରୀର ଗାଜିଆବାଦ ସ୍ଥିତ ଇନ୍ଦିରାପୁରମରୁ ଉଦ୍ଧାର ହୋଇଛି। ମୃତ ଦମ୍ପତି ଆତ୍ମହତ୍ୟା କରିବା ପୂର୍ବରୁ ଗ୍ରେଟର ନୋଏଡାରେ ଥିବା ତାଙ୍କ ସମ୍ପର୍କୟୀଙ୍କୁ ମୋବାଇଲରେ ଏକ ମେସେଜ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ‘ସକାଳେ ଆସି ଛୋଟ ଛୁଆକୁ ନେଇଯିବ’। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଏହି ସୂଚନା ଦେଇଛି। ମୃତ […]

up police

Subhransu Sekhar
  • Published: Friday, 26 June 2020
  • , Updated: 26 June 2020, 04:42 PM IST

ଗାଜିଆବାଦ: ଜଣେ ୩୦ ବର୍ଷୀୟ ସେଲସ ମ୍ୟାନେଜର ଏବଂ ତାଙ୍କର ୨୮ ବର୍ଷୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ତାଙ୍କର ମୃତ ଶରୀର ଗାଜିଆବାଦ ସ୍ଥିତ ଇନ୍ଦିରାପୁରମରୁ ଉଦ୍ଧାର ହୋଇଛି। ମୃତ ଦମ୍ପତି ଆତ୍ମହତ୍ୟା କରିବା ପୂର୍ବରୁ ଗ୍ରେଟର ନୋଏଡାରେ ଥିବା ତାଙ୍କ ସମ୍ପର୍କୟୀଙ୍କୁ ମୋବାଇଲରେ ଏକ ମେସେଜ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ‘ସକାଳେ ଆସି ଛୋଟ ଛୁଆକୁ ନେଇଯିବ’। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଏହି ସୂଚନା ଦେଇଛି।

ମୃତ ଦମ୍ପତି ବିହାରର। ସେମାନେ ଇନ୍ଦିରାପୁରମକୁ ୮-୧୦ ମାସ ହେବ ଆସି ଭଡ଼ା ଘରେ ରହୁଥିଲେ। ମୃତ ସେଲସ ମ୍ୟାନେଜର ଜଣଙ୍କ ଗ୍ରେଟେର ନୋଏଡାରେ ଚାକିରି କରୁଥିଲେ। ଲକଡାଉନ୍ ବେଳେ ଘରେ ରହି କାମ କରୁଥିଲେ। ତାଙ୍କ ସ୍ତ୍ରୀ କୌଣସି ଚାକିରିରେ ନିୟୋଜିତ ନଥିଲେ।

ମହିଳା ଜଣଙ୍କ ତାଙ୍କ ଭଉଣୀକୁ ନିଜ ଫୋନରୁ ମେସେଜ କରିଥିଲେ। ଯିଏକି ଗ୍ରେଟେର ନୋଏଡ଼ାରେ ରହୁଛନ୍ତି। ଭୋର୍ ୩ଟା ୪୫ ମିନିଟରେ ସେ ଏହି ମେସେଜ କରିଥିଲେ। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ଭଉଣୀକୁ ସକାଳୁ ଆସି ତାଙ୍କର ଛୋଟିଆ ଛୁଆକୁ ନେଇଯିବାକୁ କହିଥିଲେ। ମେସେଜ ପାଇବା ପରେ ମୃତକଙ୍କ ଉଉଣୀ ବ୍ୟସ୍ତ ହୋଇ ପଡ଼ିଥିଲେ। ଏହାପରେ ଇନ୍ଦିରାପୁରମରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ୍ କରି ତାଙ୍କ ଭିଣୋଇ ଏବଂ ଉଭଣୀ ରହୁଥିବା ଫ୍ଲାଟକୁ ଯିବାକୁ କହିଥିଲେ। ତେବେ ଶୁକ୍ରବାର ସକାଳ ୬ଟାରେ ସେମାନେ ଆସିବା ପରେ ଦମ୍ପତି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ଦମ୍ପତି ତାଙ୍କ ଘରର କବାଟ ଖୋଲା ରଖିଥିଲେ। ଏହାପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଦମ୍ପତିଙ୍କୁ ଗୋଟିଏ ରୁମରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଆଉ ଏକ ରୁମର ବେଡରେ ତାଙ୍କର ୮ ମାସର ଛୋଟିଆ ଛୁଆ ଶୋଇଥିବା ଦେଖିବାକୁ ମିଳିଥିଲା। ତେବେ କୌଣସି ସୁଇସାଇଡାଲ ନୋଟ୍ ଜବତ କରିନାହିଁ ପୁଲିସ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଛି। ଏମିତିକି ନିକଟରେ ମୃତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳିକଜିଆ ହୋଇଥିବାର ଶୁଣିନଥିଲେ ବୋଲି ପଡ଼ୋଶୀ କହିଛନ୍ତି।

Related story